ଟିଟିଲାଗଡ଼ ରୁ ଓଡିଶା ଵିୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ

ବଲାଙ୍ଗିର ଜିଲ୍ଲା, ମୁରିବାହାଲ ବ୍ଲକ, ବିଟାବନ୍ଧ କ୍ଲଷ୍ଟର ତଥା ମାଲିଶିରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦେଶିଲ ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ଆଜି ଓଡ଼ିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ ଜରିଆରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମରେ ରୂପାନ୍ତରିତ କରିଛନ୍ତି l ଏହି ଜନାଭିମୁଖୀ କାର୍ଯ୍ୟକ୍ରମର ଶିଳାନ୍ୟାସ ନିମନ୍ତେ ଏକ ବିଶାଳ ସଭା କାର୍ଯ୍ୟ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା l ଏହି ଶୁଭ ଅବସରରେ ମଞ୍ଚରେ ମାନ୍ୟବର କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଗଙ୍ଗାଧର ହେର୍ଣ୍ଣା, ମୁରିବାହାଲ ତହସିଲଦାର ଶ୍ରୀଯୁକ୍ତ ଜଗଦିଶ କର୍ତ୍ତାମୀ, ମୁରିବାହାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୋଦଣ୍ଡଧର ଭୋଇ, ମାଲିଶିରା ସରପଞ୍ଚ ଶ୍ରୀଯୁକ୍ତ ଦେବରାଜ ପାତ୍ର,

ମାଲିଶିରା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅର୍ଜୁନ ଛୁରା, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଡୋଳାମଣୀ ବାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୁପ୍ତେଶ୍ୱର ଟାକ୍ରୀ, ବିଟାବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଲକ୍ଷପତି ହରପାଲ, ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀଯୁକ୍ତ ରଘୁନାଥ ତାଣ୍ଡି ସମୂହ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ହୋଇଥିଲେ ଉକ୍ତ ସମାରୋହକୁ ସହଯୋଗ ତଥା ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ଏକ କମିଟି ଗଠନ ହୋଇଥିଲା ଏହି କମିଟିରେ ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଝାଙ୍କର, ମାଲିଶିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୁରୁଷୋତ୍ତମ ବାଗ, ପତ୍ରାପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଷ୍ମୀନାରାୟଣ ଛତ୍ରିଆ, ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସୁଧୀର କୁମାର ନାଗ, ଗଁରେଇ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଦାସ, ବଡ଼ସାଇମରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ନକୁଳ ମାଝୀ, ହଳଦୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ଯାଜ୍ଞସେନୀ ଜେନାଙ୍କ ସହିତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିଭିନ୍ନ ବିଭାଗର ଦାଇତ୍ୱ ସୂଚାରୁ ରୂପେ ନିର୍ବାହ କରିଥିଲେ l ଆଜିର ଏହି ଶିଳାନ୍ୟାସ

କାର୍ଯ୍ୟକ୍ରମଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭିଡିଓ କନଫରେନ୍ସ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବା ସକାଶେ ଗ୍ରାମର ସମସ୍ତ ଭଦ୍ର ବ୍ୟକ୍ତି ପୁରୁଷ ମହିଳା ତଥା କୁନି କୁନି ଛାତ୍ର ଛାତ୍ରୀ ମାନେ ମଧ୍ୟ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ ଆଜିର ଏହି କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା ଦାଇତ୍ୱରେ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଲିଲୁମୋହନ ପଧାନ ତୁଳାଇ ଥିଲେ l ତଦ୍ ସହିତ ପ୍ରେସ ମେଡ଼ିଆ, ପୋଲିସ କର୍ମୀ, ଅଗ୍ନିଶମ ବିଭାଗ କର୍ମଚାରୀ ବନ୍ଧୁମାନେ ମଧ୍ୟ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଶାନ୍ତି ଶୃଙ୍ଖଳା ବଜାୟ ରକ୍ଷାକରିବାରେ ସହାୟକ ସାଜିଥିଲେ l ଆଜିର ଏହି ଜନାଭିମୁଖୀ ବିକାଶ ମୂଳକ କାର୍ଯ୍ୟକୁ ଗ୍ରାମ ବାସୀ ତଥା ପାଖ ଆଖ ଅଞ୍ଚଳର ଲୋକେ ବହୁ ପ୍ରଶଂସା ସାଉଁଟିଥିଲେ l
