ଜୁନ୍‌ ୨୧ରେ ହେବ NEET (UG) ପରୀକ୍ଷା |

ନୂଆଦିଲ୍ଲୀ, ୦୭/୦୬: ପେପର ଲିକ୍ ବିବାଦ ପରେ କ୍ୟାନସଲ୍ ହୋଇଥିବା ନିଟ୍ (ୟୁଜି) ୨୦୨୬ ପରୀକ୍ଷା ପୁଣି ଥରେ ହେବ। ଆସନ୍ତା ୨୧ ଜୁନ୍ (ରବିବାର) ଦିନ ଅନୁଷ୍ଠିତ ହେବ ପରୀକ୍ଷା। ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ସରକାରଙ୍କ ଅନୁମୋଦନ କ୍ରମେ ଏହି ତାରିଖ ଘୋଷଣା କରିଛି।

ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ଯାଏଁ (୩ ଘଣ୍ଟା ୧୫ ମିନିଟ୍) ଚାଲିବ। ଏହା ପୂର୍ବରୁ ମେ ୩ ତାରିଖରେ ହୋଇଥିବା ପରୀକ୍ଷା ପେପର ଲିକ୍ ଏବଂ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗରେ କ୍ୟାନସଲ୍ ହୋଇଥିଲା। ଦେଶର ୫୫୨ଟି ସହରରେ ପରୀକ୍ଷା ଦେବେ ପ୍ରାୟ ୨୨ ଲକ୍ଷରୁ ଅଧିକ ପ୍ରାର୍ଥୀ। ଓଡ଼ିଆ ସମେତ ୧୩ଟି ଭାଷାରେ ପ୍ରଶ୍ନପତ୍ର ଉପଲବ୍ଧ ହେବ।ନୂଆ ରେଜିଷ୍ଟ୍ରେସନ୍ ପାଇଁ ଆବଶ୍ୟକ ନାହିଁ। ପୂର୍ବ ଆବେଦନକାରୀଙ୍କ ତଥ୍ୟ ବଳବତ୍ତର ରହିବ। ଆଡମିଟ୍ କାର୍ଡ୍ ଜୁନ୍ ୧୪ ତାରିଖ ସୁଦ୍ଧା ଜାରି ହେବ ବୋଲି ଆଶା କରାଯାଉଛି। ଏହି ପରୀକ୍ଷା ପେନ୍ ଆଣ୍ଡ ପେପର ମୋଡ଼ରେ ହେବ। ଆଗାମୀ ବର୍ଷଠାରୁ କମ୍ପୁଟର ମୋଡ଼ରେ ହେବ।

କେଉଁ ସହରରେ ପରୀକ୍ଷା ଦେବେ ୱେବସାଇଟ୍‌ରେ ସୂଚନା ଦେଲା NTA।‌ ଆପ୍ଲିକେସନ୍‌ ନଂ ଓ ପାସୱାର୍ଡ ଦେଇ ସୂଚନା ସଂଗ୍ରହ ପାଇଁ ପରାମର୍ଶ ଦିଆଯାଇଛି। neet.nta.nic.in ସାଇଟ୍‌ ଯାଇ ଚେକ୍‌ କରିବାକୁ ପରାମର୍ଶ ଦେଇଛି ଏନଟିଏ।

ସୂଚନାଯୋଗ୍ୟ, ମେ ୩ ତାରିଖରେ ହୋଇଥିବା ପରୀକ୍ଷା ପରେ ବିଭିନ୍ନ ରାଜ୍ୟରେ ପେପର ଲିକ୍ ଅଭିଯୋଗ ଉଠିଥିଲା। ସୁପ୍ରିମ୍ କୋର୍ଟ ଏବଂ ସରକାରଙ୍କ ହସ୍ତକ୍ଷେପ ପରେ ପରୀକ୍ଷା କ୍ୟାନସଲ୍ ହୋଇଥିଲା। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କ ଚିନ୍ତାକୁ ଗୁରୁତ୍ୱ ଦେଇ ଶୀଘ୍ର ପୁନଃ ପରୀକ୍ଷା ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!