ଦୌଡ଼ିବ ଭାରତର ଅର୍ଥନୀତଭାରତର ଅର୍ଥନୀତି |

ଭାରତର ଅର୍ଥନୀତି
୬.୮%ରୁ ୭.୨% ଅଭିବୃଦ୍ଧି ହାରରେ
ଦୌଡ଼ିବ। ୨୦୨୬-୨୭ ଆର୍ôଥକ ବର୍ଷରେ
ଭାରତର ଜିଡିପି ଅଭିବୃଦ୍ଧାର ହାର ୬.୮ରୁ
୭.୨% ମଧ୍ୟରେ ରହିବ। ବିଶ୍ୱ ଅର୍ଥନୀତିକ
ଦୁର୍ବଳ ଅବସ୍ଥାରେ ଥିଲେ ହେଁ ଭାରତର
ଅଭିବୃଦ୍ଧି ଆଶାତୀତ ଭାବେ ଭଲ ରହିବ।
ସେହିପରି ୨୦୨୬ରେ ଡିଜିପି ଅଭିବୃଦ୍ଧି ହାର
୭.୪% ରହିବ ବୋଲି ଆଜି ସଂସଦରେ
ଉପସ୍ଥାପନ ହୋଇଥିବା ଅର୍ଥନୀତିକ ସର୍ଭେ
ରିପୋର୍ଟରେ ଆକଳନ କରାଯାଇଛି। ଆଜି
ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
୨୦୨୬ ଆର୍ôଥକ ବର୍ଷ ପାଇଁ ଅର୍ଥନୀତିକ ସର୍ଭେ
ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ
ଆକଳନ କରାଯାଇଛି ଯେ ଭାରତର ଜିଡିପି
ଅଭିବୃଦ୍ଧି ଆର୍ôଥକ ବର୍ଷ ୨୦୨୭ରେ ୬.୮%ରୁ
୭.୨% ମଧ୍ୟରେ ରହିବ। ଏହା ୨୦୨୪-
୨୦୨୫ ଅର୍ଥନୀତିକ ସର୍ଭେରେ ୨୦୨୬
ଆର୍ôଥକ ବର୍ଷ ପାଇଁ କରାଯାଇଥିବା ଅଭିବୃଦ୍ଧି
ଆକଳନ ଠାରୁ ଅଧିକ। ୨୦୨୪-୨୫
ଅର୍ଥନୀତିକ ସର୍ଭେ ରିପୋର୍ଟରେ ୨୦୨୬ରେ
ଅଭିବୃଦ୍ଧି ହାର ୬.୩%ରୁ ୬.୮% ରହିବ
ବୋଲି କୁହାଯାଇଥିଲା। କିନ୍ତୁ ୨୦୨୭ ଆର୍ôଥକ
ବର୍ଷରେ ଅଭିବୃଦ୍ଧି ହାର ପୂର୍ବବର୍ଷ ତୁଳନାରେ
ଅଧିକ ରହିବ ବୋଲି ସର୍ଭେ ରିପୋର୍ଟରେ
ଆକଳନ କରାଯାଇଛି। ବିଶ୍ୱ ଅର୍ଥନୀତିକୁ ନେଇ
ଚିନ୍ତା ରହିଥିଲେ ହେଁ ସର୍ଭେ ରିପୋର୍ଟରେ
ଏପରି ମତ ରଖାଯାଇଛି। ରିପୋର୍ଟରେ
କୁହାଯାଇଛି ଯେ ଚଳିତ ଆର୍ôଥକ ବର୍ଷରେ
ଭାରତର ଅଭିବୃଦ୍ଧି ହାର ୭.୩% ଓ ୭.୨%
ରହିବ ବୋଲି ଯଥାକ୍ରମେ ଆଇଏମଏଫ ଓ
ବିଶ୍ୱବ୍ୟାଙ୍କ ଆକଳନ କରିଥିଲେ। ସେହି
ଅନୁସାରେ ଅଭିବୃଦ୍ଧି ହାର ୭.୪% ରହିବା
ଏକ ପ୍ରକାରର ନିଶ୍ଚିତ ହୋଇଛି। ଆର୍ôଥକ ବର୍ଷ
୨୦୨୭ ପାଇଁ ଦୁଇ ସଂସ୍ଥା ଭାରତର ଅଭିବୃଦ୍ଧି
ହାରକୁ ସାମାନ୍ୟ ହ୍ରାସ କରିଛନ୍ତି। ଦୁଇ
ବହୁମୁଖୀ ସଂସ୍ଥା ୬.୪% ଓ ୬.୫% ରହିବ
ବୋଲି ଯଥାକ୍ରମେ ପୂର୍ବାନୁମାନ କରିଛନ୍ତି।
ତେଣୁ ୨୦୨୭ ଆର୍ôଥକ ବର୍ଷରେ ଭାରତର
ଜିଡିପି ଅଭିବୃଦ୍ଧି ୬.୮%ରୁ ୭.୨% ମଧ୍ୟରେ
ରହିପାରେ। ଅର୍ଥନୀତିକ ସର୍ଭେ ରିପୋର୍ଟ
୨୦୨୬ରେ ସତର୍କ କରାଯାଇଛି ଯେ ବିଶ୍ୱ
ଅର୍ଥନୀତିକ ଅଭିବୃଦ୍ଧି ଅତ୍ୟନ୍ତ ବିପଦଜନକ
ଅବସ୍ଥାରେ ରହିଛି। ଯଦି କୃତିମ ବୁଦ୍ଧିମତାରୁ
ଆଶା ଅନୁସାରେ ଉତ୍ପାଦନ ଲାଭ ନ ମିଳିବ,
ତା’ହେଲେ ପରିସଂଖ୍ୟନର ଉଚ୍ଚ
ମୂଲ୍ୟାଙ୍କନରେ ସଂଶୋଧନ ହେବ ଓ ବ୍ୟାପକ
ବିତ୍ତୀୟ ସଙ୍କଟର ସାମ୍ନା କରିବାକୁ ହେବ।
ଦୀର୍ଘକାଳୀନ ବାଣିଜ୍ୟ ବିବାଦ ସମ୍ଭବତଃ
ନିବେଶକୁ ପ୍ରଭାବିତ କରିବ ଓ ବିଶ୍ୱ ଅଭିବୃଦ୍ଧିକୁ
ଆହୁରି ଦୁର୍ବଳ କରିବ। ବର୍ତ୍ତମାନ ଯଦିଓ କିଛି
ପରିମାଣର ସ୍ଥିରତା ରହିଛି। କିନ୍ତୁ ଅର୍ଥନୀତି
ଉପରେ ଥିବା ବିପଦ ବଳବତ୍ତ ରହିପାରେ
ବୋଲି ରିପୋର୍ଟରେ ଅନୁମାନ କରାଯାଇଛି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ଅନେକ
ବଡ଼ବଡ଼ ଅର୍ଥନୀତି ଉପରୁ ମୁଦ୍ରାସ୍ଫୀତିର ପ୍ରଭାବ
ହଟିଛି। ଏହା ନିଶ୍ଚିତ ଭାବେ ଆଗାମୀ ଦିନରେ
ମୁଦ୍ରାନୀତିକୁ ଅଧିକ ଉଦାର ଓ ବିକାଶ ପାଇଁ
ସହାୟକ କରିପାରେ। ଭାରତ ବିଶ୍ୱର ୨୦%
ଜେନେରିକ୍ ଔଷଧ ରପ୍ତାନି କରୁଛି। ଦେଶ
୧୯୧ଟି ଦେଶକୁ ଔଷଧ ରପ୍ତାନି କରୁଛି।
ଫାର୍ମାସ୍ୟୁଟିକାଲ୍ ରପ୍ତାନି ଗତ ଏକ ଦଶନ୍ଧି
ମଧ୍ୟରେ ୧୫ ବିଲିୟନ ଡଲାରରୁ ୩୦
ବିଲିୟନ ଡଲାରକୁ ୭% ହାରରେ ଅଭିବୃଦ୍ଧି
ହାସଲ କରିଛି। ଏହାବ୍ୟତୀତ ଭାରତ ଶସ୍ତା
ଦରରେ ଟିକା ମଧ୍ୟ ରପ୍ତାନି କରୁଛି। ଆର୍ôଥକ
ବର୍ଷ ୨୦୨୪-୨୫ରେ ୪.୧ ବିଲିୟନ
ଡଲାର ଔଷଧ ରପ୍ତାନି କରାଯାଇଛି। ଏହି
ବର୍ଷ ଭାରତ ୧୮୭ଟି ଦେଶକୁ ଚିକିତ୍ସା
ଉପକରଣ ମଧ୍ୟ ରପ୍ତାନି କରିଛି। ଅଧିକ
ପରିମାଣର ଔଷଧ ଏବଂ ଚିକିତ୍ସା ଉପକରଣ
ଉତ୍ପାଦନ ପ୍ରୋତ୍ସାହନ ଯୋଜନାରେ
୪,୭୬୩ କୋଟି ଟଙ୍କା ଯୋଗାଇ
ଦିଆଯାଇଛି। ଏହି କ୍ଷେତ୍ରରେ ୧,୦୯୩.୬୯
କୋଟି ଟଙ୍କାର ନିବେଶ ଆସିଛି।

Leave a Reply

Your email address will not be published. Required fields are marked *

error: Content is protected !!