ଟିଟିଲାଗଡ଼ ରୁ ଓଡିଶା ଵିୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ଼ କୁଶଲେଶ୍ୱରି ମାଳି ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ସଭା ଅନୁଷ୍ଠିତ ହୋଇଥିଲା, ଟିଟିଲାଗଡ ସମାଜର ଜିଲ୍ଲା ସ୍ତରୀୟ ସ୍ଥାୟୀ ସଭାପତି ଶ୍ରୀ ସୁବାସ ପୁଟେଲ୍ ଙ୍କ ସଭାପତିତ୍ବ ରେ ଏକ ଜରୁରୀ କାଳୀନ ସଭା ଅନୁଷ୍ଠିତ ହୋଇଥିଲା,

ମଞ୍ଚ କୁ ପରିଚାଳନା କରିଥିଲେ ଟିଟିଲାଗଡ ବ୍ଲକ ସଭାପତି ଶ୍ରୀ ତାପସ ପୁଟେଲ, ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା କୁଶ ଲେଶ୍ଵରି ମାଳି ସମାଜ ର ଜାତି ସଭାପତି ଶ୍ରୀ ବିଦ୍ୟାଧର ପୁଟେଲ୍, ସହ ସଭାପତି ଶ୍ରୀ ଦୈତାରୀ ନାଏକ, ଶ୍ରୀ ଶଶାଙ୍କ ପୁଟେଲ୍,

ସମ୍ପାଦକ ଶ୍ରୀ ଇନ୍ଦ୍ରମଣି ପୁଟେଲ,ସହସଂପାଦକ କୃପା ସିନ୍ଧୁ ପୁଟେଲ୍, କୋଷାଧକ୍ଷ ଶ୍ରୀ ପର୍ଶୁରାମ ପୁଟେଲ୍, ଙ୍କ ସହିତ ବଲାଙ୍ଗୀର ଜିଲ୍ଲା ର ସମସ୍ତ କର୍ମ କର୍ତ୍ତା, ଉପଦେଷ୍ଠା ମଣ୍ଡଳୀ ଏବଂ ଜିଲ୍ଲା ର ସମସ୍ତ

ସଭପତି, ସମ୍ପାଦକ, ବିଶିଷ୍ଠ ଜ୍ଞାନୀ ଗୁଣୀ ବ୍ୟକ୍ତି, ସମାଜ ପ୍ରେମୀ ବ୍ୟକ୍ତି ଉପସ୍ଥିତ ରହି ଥିଲେ, ମୁଖ୍ୟ ସାତଟି ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା, ଶିକ୍ଷା,ସାମାଜିକ ନିୟମାବଳୀ,

କୁଶଲେଶ୍ୱରି ମନ୍ଦିର ଉନ୍ନତି ପାଇଁ ମନ୍ଦିର କମିଟି ଗଠନ, ମାଳି ସମାଜ ର ଜନ ଗଣନା,ମାଳି ସମାଜ କୁ ନିଶା ମୁକ୍ତ କରିବା, ନାରୀ ସଶକ୍ତି କରଣ କରିବା ସହିତ ସମାଜ କୁ ଉନ୍ନତି କ୍ଷେତ୍ର ରେ ନେବା

ସହିତ କୃଷି ଭିତ୍ତିକ ସହିତ ସମାଜ ରେ ଏକ ନୂତନ ଉଦାହରଣ ସୃଷ୍ଟି କରିବା ସହିତ , ସମାଜ ଜନ ମଙ୍ଗଳ କାର୍ଯ୍ୟ କରିବା ସହିତ ଅସହାୟ ହୋଇ ପଡ଼ି ଥିବା ମାଳି ସମାଜ ପ୍ରତେକ ପରିବା କୁ

ସୁଦୃଢ଼ କରିବା ସହିତ, ପ୍ରତେକ କ୍ଷେତ୍ର ରେ କୁଶଲେଶ୍ୱରି ମାଳି ସମାଜ ନିଜ ପରିଚୟ ସୃଷ୍ଟି କରିବା ସହିତ ଏକ ନୂତନ ଇତିହାସ ସୃଷ୍ଟି କରିବା ମୁଖ୍ୟ ଲକ୍ଷ ପାଇଁ ସଭା ର ଆୟୋଜନ କରିଥିଲେ,

ପ୍ରାୟ ଦଶ ଗୋଟି ବ୍ଲକର ସମସ୍ତ ସଭ୍ୟ କମିଟି ଯୋଗଦାନ କରିଥିଲେ, ପରି ଶେଷରେ କୁଶଲେ ଶ୍ୱରି ମାଳି ସମାଜ ର ଜାତି ସଭାପତି ଶ୍ରୀ ବିଦ୍ୟା ଧର ପୁଟେଲ୍ ସଭାରେ ଆସି ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା କାର୍ଯ୍ୟ ସାଙ୍ଗ କରି ଥିଲେ

