କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାରର ୨ ମୃତ।୨ ମୃତକ ଓ ୫ ଗୁରୁତର ଗଞ୍ଜାମ ଚିକିଟି ବ୍ଲକ୍‌ ପାତିସୋନପୁର ଗ୍ରାମର।ଚିକିତ୍ସା ପାଇଁ ଯାଉଥିଲେ, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ନନ୍ଦି ଗାଁରେ ଦୁର୍ଘଟଣା।୫ ଜଣ ଗୁରୁତର ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି। ସେପଟେଚିକିଟି ପାତିସୋନପୁର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି।ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ନେଇ ଗଭୀର ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ।ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ CMRFରୁ ସହାୟତା ପାଇଁ ନିର୍ଦ୍ଦେଶ।ସୂଚନାଯୋଗ୍ୟ ଯେ, ଆନ୍ଧ୍ର ପ୍ରଦେଶର ନନ୍ଦିଗାମ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୁନପୁରମରୁ ୭ ଜଣ ବ୍ୟକ୍ତି ଏକ କାରରେ ଶ୍ରୀକାକୁଲମକୁ ଯାଉଥିବା ବେଳେ ରାଜପଥ ଉପରେ ଅଟକିଥିବା ଏକ ଆଇଚର ଭ୍ୟାନରେ କାର୍‌ଟି ଧକ୍କା ହୋଇଯାଇଥିଲା । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ଦୁଇ ଜଣ ଡାଲିଆ ଓ ମୋହିନାମ୍ମା ବୋଲି ଜଣାପଡିଛି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଟେକାଲି ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

error: Content is protected !!