କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏଶନ ଚେତା ବନି

ବଲାଙ୍ଗୀର ସହରରେ ଆଜି ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ ଠିକ୍‌ ଅଛି କି ନାହିଁ ତାକୁ ନେଇ ପ୍ରଶ୍ନ କରିବା ସହ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏଶନର କିଛି ସଦସ୍ୟ ଆଜି ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଧରି ସମ୍ପୃକ୍ତ ଔଷଧ ଦୋକାନୀଙ୍କ ଦୋକାନକୁ ଆସି ଯାଞ୍ଚ କରିବାକୁ ଆସିଥିଲେ। ଗୋଟିଏ ସ୍ଥାନରେ ହୋଲସେଲର ଓ ରିଟେଲର୍‌ ଦୋକାନ ଖୋଲିବା ବେଆଇନ ଓ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଦାବି କରିଥିଲେ। ସେ ଦୋକାନୀ ଜଣକ ବେଆଇନ କାମ କରୁଥିବା ଅଭିଯୋଗ କରିଥିଲେ। ଡ୍ରଗ୍ସ ଇନ୍ସପେକ୍ଟର ସେଠାରେ ଯାଞ୍ଚ କରି ସମ୍ପୃକ୍ତ ଦୋକାନୀଙ୍କ ହୋଲସେଲର ଓ ରିଟେଲର୍‌ ଲାଇସେନ୍ସ ରହିଛି ବୋଲି କହିଛନ୍ତି। ଅନ୍ୟ ଦିଗ ଉପରେ ତଦନ୍ତ କରିବେ ବୋଲି କହିଛନ୍ତି।
ତେବେ ରୋଗୀ ଓ ତାଙ୍କ ପରିଜନଙ୍କୁ ଅଧିକ ଡିସକାଉଣ୍ଟ ଦେବାରୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଧରି ବଲାଙ୍ଗୀର ର ସମସ୍ତ ଔଷଧ ଦୋକାନୀ ମାନେ ଆସି କ୍ରୀଷ୍ଣା ଏଜେନ୍ସି ସମ୍ମୁଖରେ ପାଟି ତୁଣ୍ଡ କରିବା ସହ ଯଦି ଏମିତି କରାଯାଏ ଟାଉନ ରେ ଆମେ ଦୋକାନ ଦେଇ ଆମର ବେପାର ଚଳୁ ନଥିବା କହିଛନ୍ତି l ସହରରେ ବହୁ ଦୋକାନୀ ଔଷଧ ବଣ୍ଟନ କରୁଥିବାରୁ ଏଭଳି ସମୟରେ ଜଣେ ଦୋକାନୀ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧ ଦୋକାନକୁ ଚଢ଼ାଉ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି ଯଦି କ୍ରିଷ୍ଣା ଏଜେନ୍ସି ଏମିତି କରେ ତା ହେଲେ ସମସ୍ତ ଔଷଧ ଦୋକାନ ବନ୍ଦ କରିବେ ବୋଲି ଚେତାବନୀ ଦେଇଛି କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏଶନ
ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ମୁନା ଗୌଡ଼ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *

error: Content is protected !!