ପୁଣି ଭିଜିଲାନ୍ସ ଜାଲରେ ଯନ୍ତ୍ରୀ,ଏକକାଳୀନ ୬ଟି ସ୍ଥାନରେ ରେଡ୍

ଭୁବନେଶ୍ୱର, ୦୮/୦୪: ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଚାଲିଛି ରେଡ୍। ଯନ୍ତ୍ରୀଙ୍କ ଭୁବନେଶ୍ବର ଜଗନ୍ନାଥ ବିହାର ସ୍ଥିତ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ। ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁରରେ ଚାଲିଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ଏହି ଚଢ଼ାଉରେ ଜଣେ ASP, ୧୧ DSP, ୯ ଇନ୍ସିପେକ୍ଟର, ୮ ASI ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!