ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ |

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
ବିଜାପୁର: ମାଲକାନଗିରି ଜିଲା ସୀମାନ୍ତ
ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ଏବଂ
ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ
୨ ଜଣ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି।
ସେମାନଙ୍କ ପାଖରୁ ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀ
ଜବତ କରାଯାଇଛି। ପ୍ରକାଶଯୋଗ୍ୟ ଯେ ବିଶେଷ ସୂତ୍ରରୁ
ଖବର ପାଇ ବିଜାପୁର ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ
ଜିଲ୍ଲାର ଦକ୍ଷିଣ ବସ୍ତର ଅଞ୍ଚଳକୁ ସର୍ଚ୍ଚ ଅପରେସନ ପାଇଁ
ବାହାରିଥିଲେ। ସର୍ଚ୍ଚ ଅପରେସନ କରୁଥିବା ସମୟରେ
ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଯବାନ
ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୨
ଜଣ ମାଓବାଦୀଙ୍କ ଶବ ଉଦ୍ଧାର କରିଥିବା ଜଣାପଡିଛି।
ଏଥିସହ ଏକେ-୪୭ ବନ୍ଧୁକ,୯ ଏମଏମ ପିସ୍ତର ସହ
ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ
କରିଥିବା ଜଣାପଡିଛି। ଜଙ୍ଗଲରେ ରହି ରହି ଏବେ ବି
ଗୁଳିବିନିମୟ ଘଟୁଥିବାରୁ ଯବାନ ଫେରିବା ପରେ ହିଁ ଏହି
ଗୁଳିବିନିମୟରେ କେତେ ନକ୍ସଲ ମୃତାହତ ହେଲେ
କୁହାଯାଇପାରିବ ବୋଲି ପୁଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

error: Content is protected !!