ପଞ୍ଚାୟତ ନିର୍ବାଚନକୁ ନେଇ ଫୁଲ୍‌ କନଫିଡେଣ୍ଟ ମନମୋହନ; ବ୍ୟାକଫୁଟ୍‌ରେ BJD ଓ କଂଗ୍ରେସ!

ପଞ୍ଚାୟତ ନିର୍ବାଚନକୁ ବର୍ଷେ ଅଛି। ହେଲେ ଏବେଠାରୁ ନେତାଙ୍କ ଦମ୍ଭୋକ୍ତି ଶୁଣିବାକୁ ମିଳିଲାଣି। ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ୨୭ରେ ବି ରିପିଟ ହେବ ୨୪ର ମ୍ୟାଜିକ। ରାଜ୍ୟରେ ଅପରେସନ କମଲ ଆରମ୍ଭ କରିସାରିଛି ବିଜେପି। ଏହାସହ ଗାଁ ଗାଁରେ ସଂଗଠନ ସଜାଡୁଛି ସରକାରୀ ଦଳ। ତେଣୁ ବିଜେପି ବିରୋଧୀଙ୍କ ଉପରେ ଭାରି ପଡିବା ଭଳି ଲାଗୁଛି।ସେପଟେ ବିଜେଡି କହିଛି ଏବେ ଭାଗ ଭାଗ ହେଲେଣି ସରକାରୀ ଦଳ। ତେଣୁ ପୁଣିଥରେ ଆମର ଚାନ୍ସ ଅଧିକ । ହେଲେ କଂଗ୍ରେସ କହିଲା ଏଥର କେବଳ ହାତ।

ପଞ୍ଚାୟତ ନିର୍ବାଚନ ପାଇଁ ଏକ୍ସସରସାଇଜ। ୨୦୨୪ ନିର୍ବାଚନରେ ବିଜେପି ବାଜିମାତ କରି ଓଡ଼ିଶାରେ ଏକାକୀ ସରକାର କରିବା ପରେ ଏବେ ଫୋକସରେ ପଞ୍ଚାୟତ ନିର୍ବାଚନ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ପଞ୍ଚାୟତ ହେଉଛି ଅସଲ ପରୀକ୍ଷା। ୨୦୨୯ ନିର୍ବାଚନ ପୂର୍ବରୁ ମୋହନ-ମନମୋହନଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ହେଉଛି ସେମିଫାଇନାଲ। ଏହାକୁ ନେଇ ବିଜେପି ପଞ୍ଚାୟତଠୁ ନେଇ ଜିଲ୍ଲା, ଜିଲ୍ଲାଠୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟ ସବୁଠୀ ଘନ ଘନ ବୈଠକ। ବିଜେପିର ପଞ୍ଚାୟତ ଏକ୍ସସରସାଇଜ ପରେ ଏବେ ସଂସଦୀୟ କ୍ଷେତ୍ରକୁ ୱାରୀ ସମୀକ୍ଷା ଚାଲିଛି। ତେବେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଫୁଲ୍‌ କନଫିଡେଣ୍ଟ। ମନମୋହନ କହିଛନ୍ତି ୨୦୨୪ ନିର୍ବାଚନ ପରି ପଞ୍ଚାୟତ ନିର୍ବାଚନରେ ମଧ୍ୟ ବାଜି ମାରିବୁ।

ସେପଟେ ନବୀନ ନିବାସରେ ଗୋଟିଏ ପରେ ଗୋଟିଏ ଜିଲ୍ଲାର ବିଧାୟକ ଏବଂ ବରିଷ୍ଠ ନେତାଙ୍କୁ ଡାକି ପଞ୍ଚାୟତ ଲଢେଇ ପାଇଁ ଟିପ୍ସ ଦେଉଛନ୍ତି ନବୀନ। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ୧୮ ମାସରେ ବିଜେପି ଭାଗ ଭାଗ ହେଲାଣି। ସାଂସଦଙ୍କ ସହ ବିଧାୟକଙ୍କ ପଡୁନି। ତେଣୁ ମରାମତି ହେଉଛି। ଗ୍ରାଉଣ୍ଡରୁ ବିଜେପି ଯାଉଛି। ବିଜେଡି ଲୋକଙ୍କ ସମସ୍ୟା ନେଇ ଯାଉଛି।

ସେପଟେ କଂଗ୍ରେସ ବିଧାୟକ କେ. ଆପଲାସ୍ବାମୀ କହିଛନ୍ତି, ଏବେ ପଞ୍ଚାୟତରେ ଆଉ ପଦ୍ମ ଫୁଟିବନି କି ଶଙ୍ଖ ବାଜିବନି ବରଂ ହାତ ଆସିବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଚାରୋଟି ଜିଲ୍ଲାରେ କଂଗ୍ରେସ ବହୁ ମତରେ ବିଜୟ ଲାଭ କରିବ।

Leave a Reply

Your email address will not be published. Required fields are marked *

error: Content is protected !!