ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ମୁନା ଗୌଡ଼ ଙ୍କ ରିପୋର୍ଟ୍

ବଲାଙ୍ଗିର ଏସଡିଜିଏମ କୋର୍ଟରେ ନିଶା ମହାରଣା । ନିଶାଙ୍କ ନାଁରେ ହୋଇଥିଲା ମାମଲା ରୁଜୁ । ଏବେ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଥିବା ନେଇ ସୂଚନା ରହିଛି । ଗତ କିଛି ଦିନ ତଳେ ବଲାଙ୍ଗିର ସଦର ଥାନା ଅର୍ନ୍ତଗତ ଚନ୍ଦନଭାଟି ଗାଁରେ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ନିଶା । ତେବେ ଏହି ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଥିବା ବେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ନିଶାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ବଲାଙ୍ଗିର ସଦର ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା । ଏପରିକି ଏହି ଘଟଣାରେ ୨ ଆୟୋଜକଙ୍କୁ ମଧ୍ୟ ବଲାଙ୍ଗିର ସଦର ଥାନା ପୋଲିସ ସେସମୟର ଗିରଫ କରିଥିଲା । ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା। ଜାମିନ ପାଇବା ପରେ ଆଜି ବଲାଙ୍ଗିର ଏସ୍ଡିଜେଏମ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିଥିବା ନେଇ ବଡ଼ ସୂଚନା ରହିଛି ।

