ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ତେନ୍ତୁଲିଖୁଣ୍ଟିରେ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ର/ଛାତ୍ରୀ ମାନଙ୍କ ଶିକ୍ଷାଗତ ଓ ସହପାଠ୍ୟ କୌଶଳକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରମାଣପତ୍ର ବିତରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ହର୍ଷୋଲ୍ଲାସର ସହ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଓ ନୀତିମୂଲ୍ୟ ଗଢ଼ିଉଠିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମର ଅଧ୍ୟକ୍ଷତା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟ କୁମ୍ଭାର କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ଅରୁଣା ପାତ୍ର ଉପାଧ୍ୟକ୍ଷ ଭାବେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଭାବେ ସିରୋଲ୍, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସୁଧୀର୍ କୁମାର୍ ନାଗ୍ ଯୋଗଦେଇ ଶିକ୍ଷା ଓ ଶିଷ୍ଟାଚାରର ସମନ୍ୱୟ ଛାତ୍ର ଜୀବନର ମୂଳ ଆଧାର ବୋଲି କହିଥିଲେ। ଶ୍ରୀ ପୁଳସ୍ତି ବେହେରା, ପୂର୍ବତନ ଓଡ଼ିଆ ଅଧ୍ୟାପକ, ସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ, ବିନେକେଲା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ନୀତିମୂଲ୍ୟ ରକ୍ଷାରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ବିଷୟରେ ଗଭୀର ଆଲୋଚନା କରିଥିଲେ।

ଶ୍ରୀ ଅନଙ୍ଗ ବେହେରା, ଅଧ୍ୟକ୍ଷ, ଏସଏମସି, ଶ୍ରୀ ମନୋଜ କୁମାର ମହାନ୍ତି, ପଞ୍ଚସଖା ଶିକ୍ଷ୍ୟା ସେତୁ ଓ ଶ୍ରୀ ଉପେନ୍ଦ୍ର ରଣା, ସଦସ୍ୟ, ଏସ.ଏମ.ସି ମଧ୍ୟ ସଂମ୍ମାନୀୟ ଅତିଥି ଭାବେ ଉପସ୍ଥିତ ରହି ଛାତ୍ର/ଛାତ୍ରୀ ମାନଙ୍କୁ ଆଗାମୀ ଭବିଷ୍ୟତ ଜୀବନରେ ଶିଷ୍ଟାଚାର, ସାହସ ଓ ସମର୍ପଣ ଧାରଣ କରିବାକୁ ପ୍ରେରିତ କରିଥିଲେ।
ମଞ୍ଚ ସଞ୍ଚାଳନ ଶ୍ରୀ ବିଶମ୍ବର ବାଗ ସୁସ୍ଥିର ଓ ସଂଯମିତ ଭାବେ କରିଥିବା ବେଳେ ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ଶିକ୍ଷକମଣ୍ଡଳୀ, ଅଭିଭାବକ, ସ୍ଥାନୀୟ ସମୁଦାୟ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ।
କାର୍ଯ୍ୟକ୍ରମରେ ଗୀତ, ନୃତ୍ୟ, କଳାକୃତି, କୁଇଜ୍, ନିବନ୍ଧ, ବାଦବିବାଦ, ଝୋଟି/ରଙ୍ଗୋଲି, ଡାନ୍ସ ପିରାମିଡ୍ ଓ ନାଟକ ପ୍ରତିଯୋଗିତାର ବିଜେତା ଛାତ୍ର/ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ଦ୍ୱାରା ଛାତ୍ର/ଛାତ୍ରୀ ମାନେ ଆହୁରି ଉତ୍ସାହିତ ହୋଇଥିଲେ।
ଏହି କାର୍ଯ୍ୟକ୍ରମକୁ ସୁଭାସିନୀ ସାହୁ, ଶିବସୁନ୍ଦର ରାଉତ, ଜସ୍ମିନ୍ ମିଶ୍ର, ଗୀତାଞ୍ଜଳି ମହାନନ୍ଦ, ପବିତ୍ର ବେହେରା, ନିକିତା ଓରାମ୍, ବିଷ୍ଣୁପ୍ରିୟା ଦାସ୍, କମଲେଶ କିରଣ ମାଝି ଓ ଜୁବନ୍ୟାସ ମାଝି ସହ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ସଫଳ କରିଥିଲେ।
ଅଭିଭାବକ ଓ ସ୍ଥାନୀୟ ସମୁଦାୟର ସକ୍ରିୟ ଅଂଶଗ୍ରହଣ ସହିତ ଅଣ ଶିକ୍ଷଣ କର୍ମଚାରୀମାନଙ୍କର ସୁଚାରୁ ଆତିଥ୍ୟରେ କାର୍ଯ୍ୟକ୍ରମ ସଫଳ ଭାବେ ସମାପ୍ତ ହୋଇଥିଲା।

