ସ୍ତ୍ରୀକୁ ବିଭତ୍ସ ଭାବରେ ହତ୍ୟା କଲା ସ୍ୱାମୀ |

ଭୁବନେଶ୍ୱର, ୦୮/୦୪: ରାଜଧାନୀରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ। ଡିପ୍ରେସନରୁ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ସ୍ବାମୀ ଏବେ ପୋଲିସ ହେପାଜତରେ ଅଛି। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳରେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି।

ସୂଚନା ଅନୁସାରେ, ଏଜି ଅଫିସରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଦେବରାୟ ଷଡ଼ଙ୍ଗୀ ଗତ ୨ ବର୍ଷ ହେବ ସେ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ନୂଆ ଘର ନିର୍ମାଣ କରିଥିଲେ। ଘର ତିଆରି କରିବା ପରେ ସେ ରୋଗାକ୍ରାନ୍ତ ହେବା ସହ ମାନସିକ ଚିନ୍ତାରେ ମଧ୍ୟ ରହୁଥିଲେ।ଆଜି ମଧ୍ୟାହ୍ନ ସମୟରେ ଦେବରାୟ ସ୍ତ୍ରୀ ପ୍ରିୟମ୍ବଦା ଷଡ଼ଙ୍ଗୀଙ୍କୁ ଛୁରୀରେ ତଣ୍ଟି କାଟି ହତ୍ୟା କରିଥିଲେ। ଏହା ପରେ ଅଭିଯୁକ୍ତ ସ୍ୱାମୀ ପ୍ରିୟମ୍ବଦାଙ୍କ କିଛି ଗହଣା ଓ ଟଙ୍କାକୁ ନେଇ ପାତ୍ରପଡ଼ାରେ ରହୁଥିବା ତାଙ୍କ ଏକମାତ୍ର ବିବାହିତ ଝିଅକୁ ଦେଇଥିଲେ।

ଆଜି ସକାଳେ ପ୍ରିୟମ୍ବଦାଙ୍କ ଭଉଣୀ ଓ ଭିଣୋଇ ତାଙ୍କ ଘରକୁ ଆସି ଦେଖନ୍ତି ତ ପ୍ରିୟମ୍ବଦା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ଘରେ ପୋଲିସ ଛାଉଣୀ ହୋଇଥିଲେ। ଏ ସମ୍ପର୍କରେ ଖବର ପାଇ ମୃତକଙ୍କ ଝିଅ ମଧ୍ୟ ପହଞ୍ଚିଥିଲେ।

ଝିଅ କହିଛନ୍ତି ଯେ, ବାପା କିଛି ଦିନ ଧରି ଡିପ୍ରେସନରେ ରହୁଥିଲେ। ତାଙ୍କର ଶରୀର ଅସୁସ୍ଥ ଥିଲା। ଆଜି ସକାଳେ ମା’ଙ୍କ ସହ ଭଲରେ କଥା ହୋଇଥିଲେ। ହେଲେ ପରେ ଏଭଳି କାଣ୍ଡ ଘଟିଯାଇଥିବା ସେ ବିଶ୍ୱାସ ବି କରିପାରୁନାହାନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!