ଟିଟିଲାଗଡ – ଟିଟିଲାଗଡ ଦେବନ୍ଧ ସାଗର କଡ଼ରେ ଦୀର୍ଘ ୧୯ ବର୍ଷ ହେବ ଏକ ଛୋଟିଆ ଶନି ଦେବଙ୍କ ମନ୍ଦିରରେ ଭକ୍ତ ପୂଜା କରି ଆସୁଥିଲେ। ତେବେ ଖସୁଆ ବାବା ସେବା ସମିତି ପକ୍ଷରୁ ହନୁମାନ ମନ୍ଦିର ସମ୍ମଖରେ ଦୀର୍ଘ ୧୯ ବର୍ଷ ଧରି ଚାଲୁଥିବା ପ୍ରଚେଷ୍ଟାର ଫଳ ସ୍ୱରୂପ ଆଜି ଏପ୍ରିଲ ନ ତାରିଖ ଦିନ ନୂତନ ଭାବେ ନିର୍ମିତ ଶନି ମନ୍ଦିରକୁ ପ୍ରାଣ ପ୍ରତିଷ୍ଠା କରି ଶନି ଦେବଙ୍କ ମୂର୍ତ୍ତି ସ୍ଥାପନ କରାଗଲା। ଏହି ଅବସରରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ , ଅଷ୍ଟ ପ୍ରହର ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇ ଆଜି ତାହାର ପୂର୍ଣ୍ଣାହୁତି ପଡ଼ିବା ପରେ ମନ୍ଦିର ଭିତରେ ଶନି ଦେବଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଆଚାର୍ଯ୍ୟ ଭାବେ ପୂଜା କାର୍ଯ୍ୟ ତୁଲାଉଛନ୍ତି ଶ୍ରୀଯୁକ୍ତ ବିଦ୍ୟାଧର ରାଜଗୁରୁ ଏଵଂ ତାଙ୍କର ଶିଷ୍ୟ ସିଦ୍ଧ ନାଥ ଶର୍ମା, ଶୁଭେନ୍ଦୁ ତ୍ରିପାଠୀ, ଶିଳ୍ପୀ ପିଣ୍ଟୁ ମହାରଣା। ସେହିପରି କର୍ତ୍ତା ଭାବେ କରନ ବେହେରା ଓ ସପତ୍ନି ଗୌରୀ ବେହେରା ପୂଜାରେ ବସିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କମିଟିର ସୀତାରାମ ବେହେରା, ଗୋପାଲ ବିଶି, ପିଙ୍କୁ ପାଢୀ, ଲିଙ୍ଗରାଜ ବିଶି, ମାନସ ସାହୁ, ମଣ୍ଟୁ ସାହୁ , ବାରିକ ଆଜ୍ଞା ଓ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ। ପୂଜାର୍ଚ୍ଚନା ସରିବା ପରେ ଭକ୍ତ ମାନେ ଶନିଦେବଙ୍କ ଦର୍ଶନ ଲାଭ କରିବା ସହ ପ୍ରସାଦ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ।ପୂଜା ସମୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳି ଥିଲା ନାଗ ଦେବତା ଯଜ୍ଞ ସ୍ଥଳରେ ରହି ଥିବାର ଦେଖିବାକୁ ମିଳି ଥିଲା,
ଟିଟିଲାଗଡ଼ ରୁ ଓଡିଶା ବୁୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ
