ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ

ଟିଟିଲାଗଡ – ଭାରତୀୟ ଜନତା ପାର୍ଟି ଟିଟିଲାଗଡ ଶାଖା ତରଫରୁ ଗୁରୁବାର ସକାଳ ୧୧ ଟା ସମୟରେ ନଗର ସଭାପତି ଶ୍ରୀ ସୁନିଲ ଆଚାର୍ଯ୍ୟଙ୍କ ନେତୃତ୍ୱରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ମହା ଅଭିଯାନ ଅନ୍ତର୍ଗତ ଟିଟିଲାଗଡ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ପ୍ରଥମ ସତ୍ରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ସମ୍ମାନୀତ ଅତିଥି ଭାବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ଷଡ଼ଙ୍ଗୀ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ନଗର ସଭାପତି ଶ୍ରୀ ସୁନିଲ ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ନେତୃତ୍ୱ ବୃନ୍ଦଙ୍କ ଉପସ୍ଥିତିରେ ଏହି ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ପ୍ରଥମେ ମା ଭାରତୀ, ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦ୍ଵିପ ପ୍ରଜ୍ବଳନ କରିବା ପରେ ଏହି ଶିବିର ଆରମ୍ଭ୍ ହୋଇଥିଲା। ସେହିପରି ଦ୍ୱିପହର ପରେ ଦ୍ୱିତୀୟ ସତ୍ରରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଶ୍ରୀବତ୍ସ ବେହେରା, ଆରଏସଏସ ତଥା ବିଜେପି ଦଳର କମ୍ବୁ ପାଣି ପାଢୀ ଓ ଅନ୍ଯ ସଦସ୍ୟଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ନେଇ ଦଳୀୟ କର୍ମୀ ଯେଉଁମାନେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ସେମାନେ ଆସି ଯୁବ ପିଢ଼ିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ସାରା ଦେଶରେ ଚାଲିଥିବା ବେଳେ ଆଜି ଏହି ଶିବିର ଟିଟିଲାଗଡ ଠାରେ ୪୧ ଗୋଟି ମଣ୍ଡଳକୁ ନେଇ ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ପରିଚାଳନା କରିବାରେ ଡମ୍ବରୁ ଧର କର୍ମୀ, ଅମ୍ଳାନ ଷଡ଼ଙ୍ଗୀ, ରାଜେଶ ବାବୁ, ଲିଙ୍ଗରାଜ ନାୟକ, ସଂଘମିତ୍ରା ନାୟକ, ବୀରବର ସାହୁ, ଶିବା ନନ୍ଦ ପାଣିଗ୍ରାହୀ ଓ ଅନ୍ୟାନ୍ୟ ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ।

ଟିଟିଲାଗଡରୁ ଓଡିଶା ବୁୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

Leave a Reply

Your email address will not be published. Required fields are marked *

error: Content is protected !!