ଲୁଗା ଦୋଳି ହେଲା କାଳ : ବେକରେ ଫାଶ ପଡି ନାବାଳକ ମୃତ |

ଲୁଗା ଦୋଳି ହେଲା କାଳ। ଲୁଗା ଦୋଳିରେ ଖେଳୁଥିବା ବେଳେ ବେକରେ ଫାଶ ପଡି ଚାଲିଗଲା ନାବାଳକର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉଦଳା ଥାନା ଜଗନ୍ନାଥୀ ଗ୍ରାମରେ। ମୃତ ନାବାଳକ ଜଣକ ହେଲେ ସତ୍ୟ ମୁର୍ମୁ ।

ଉଦଳା ଥାନା ଜଗନ୍ନାଥୀ ଗ୍ରାମର ଦୁର୍ଗା ମୁର୍ମୁଙ୍କ ସାନପୁଅ ସତ୍ୟ ମୁର୍ମୁ ଘର ବାଡ଼ିରେ ଆତ ଗଛରେ ଶାଢ଼ୀରେ ହୋଇଥିବା ଦୋଳିରେ ବସି ଝୁଲୁଥିଲା।

ପୁଅ ଖେଳୁଥିବା ଦେଖି ପରିବାର ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। କିନ୍ତୁ ଅଚାନକ କିଛି ସମୟ ପରେ ସେହି ଝୁଲୁଥିବା ଶାଢ଼ୀ ର ଦୋଳିଟି ନାବାଳକର ବେକରେ ଛନ୍ଦି ହୋଇ ଯାଇଥିଲା। ଯାହା ଫଳରେ ନାବାଳକ ଜଣକ ଝୁଲି ଯାଇଥିଲେ। ପରିବାର ସଦସ୍ୟ ଜଣେ ଉକ୍ତ ସମୟରେ ବାଡ଼ି ଆଡକୁ ଯିବା ସମୟରେ ଝୁଲନ୍ତା ଅବସ୍ଥାରେ ନାବାଳକକୁ ଦେଖିବାକୁ ପାଇଥିଲେ ଏବଂ ପରିବାର ଲୋକଙ୍କୁ ଜଣାଇଥିଲେ। ନାବାଳକ ଜଣକ ଝୁଲୁଥିବା ଦେଖିବା ପରେ ପରିବାର ଲୋକେ ତୁରନ୍ତ ତାକୁ ଓହ୍ଲାଇ ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

error: Content is protected !!