*ଟିଟିଲାଗଡ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ୨୦୨୬ ଏସିଆନ୍ ଚିମ୍ପଏନ୍ ସିପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଛାତ୍ର ଶ୍ରେୟାଂଶ ସାହୁ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରି ଗୌରବ ଅର୍ଜନ*

ଟିଟିଲାଗଡ ରୁ ଓଡ଼ିଶା ବିୟୌରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ଼ -ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଅମିୟ ପ୍ରଧାନ ଗୁଜୁରାଟ ଅହମ୍ମଦାବାଦ ଠାରେ ୩୧/୫/୨୬ ଠାରୁ୪/୬/୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧୫ତମ ଆଧୁନିକ ପେଣ୍ଟାଥଲନ୍ ଜାତୀୟ ଚମ୍ପିନ୍‌ସିପ୍ ଶାଖା ୨୦୨୬ ବାୟାଥଲ୍ ଇଭେଣ୍ଟ ରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସିନିୟର ବିଭାଗରେ ବ୍ରୋଞ୍ଜ୍ ପଦକ ହାସଲ ବିଶ୍ଵ ଚିମ୍ପି ଏ ନ୍ ସିପ୍ ଏସିଏନ୍ ଚମ୍ପିଏନ୍ ସିପ୍ ୨୦୨୬ ପାଇଁ ମନୋନୀତ ହୋଇ ଛନ୍ତି । ପୂର୍ବରୁ ମଧ୍ୟ ଶ୍ରୀ ପ୍ରଧାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସନ୍ତରଣ ଚମ୍ପିଏନ୍ ସିପ୍ ରେ ଭାରତକୁ ପ୍ରତିନିଧିତ୍ଵ କରି ସନ୍ତରଣଯୁକ୍ତ ଦୌଡ଼ , ସୁଟିଂ ଚମ୍ପିଏନ୍ ସିପ୍ ରେ ପୃଥକ୍ ୨ଟି ରୌପ୍ୟ ପଦକ ହାସଲ କରି ଦେଶ ଓ ରାଜ୍ୟ ପାଇଁ

ଗୌରବ ଅର୍ଜନ କରିଛନ୍ତି । ଶିକ୍ଷାନୁଷ୍ଠାନର ୬ଷ୍ଠ ଶ୍ରେଣୀର ଛାତ୍ର ଶ୍ରେୟାଂଶ ସାହୁ ୧୫ ତମ ଆଧୁନିକ ପେଣ୍ଟାଥଲନ୍ ଜାତୀୟ ଚମ୍ପିଆନ୍ ସିପ୍ ୨୦୨୬ ବାୟା ଥଲ୍ ଇଭେଣ୍ଟେରେ ଓଡ଼ିଶାର ପ୍ରତିନିଧିତ୍ୱ କରି ସର୍ବଭାରତୀୟ ସ୍ତରରେ ୧୬ ନଂ ରେଙ୍କ୍ ହାସଲ କରିଛନ୍ତି । ଏହି ଚମ୍ପିଆନ୍ ସିପ୍ ରେ ୨୮ ରାଜ୍ୟ ର ଖେଳାଳି ଅଂଶଗ୍ରହଣ କରିଥିଲେ । ଦୁଇ କ୍ରୀଡ଼ା ପ୍ରତିଭାଙ୍କୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଲାୟନ ଦୀପକ୍ କୁମାର ସାହୁ ଏହି ଆସାଧାରଣ ମାଇଲଖୁଣ୍ଟ ହାସଲ କରି ଅତ୍ୟନ୍ତ ଗର୍ବିତ ମନେ କରୁଛି ବୋଲି ମତବ୍ୟକ୍ତ କରି ଆଗାମୀ ସଫଳତା ପାଇଁ କାମନା କରିଛନ୍ତି । ଅନୁଷ୍ଠାନର ମୁଖ୍ୟ ପରାମର୍ଶଦାତା ଡ. ରବୀନ୍‌ଚନ୍ଦ୍ର ପରମାଣିକ, ଅଧ୍ୟକ୍ଷ ଏମ. ନାଗା ମାଲେଶ୍ଵର ରାଓ, ପରିଚାଳନା କମିଟି ଓ ସମସ୍ତ କର୍ମଚାରୀ ଓ ଅଭିଭାବକ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!