ଟିଟିଲାଗଡ଼: ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ ସ୍ଥାନୀୟ ଡିଏଭି କଲେଜ ଛକ, ସତୀଘାଟ ରୋଡ୍ ସ୍ଥିତ ଜ୍ଞାନୋଦୟ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି ଶାଖାର ଭବ୍ୟ ପୁନଃ ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ଭାବରେ ଡିଏଭି ମହାବିଦ୍ୟାଳୟ ର ପ୍ରଧାନ ଅଧ୍ୟକ୍ଷ ଶ୍ରୀ ଡକ୍ଟର ଅଶ୍ୱିନୀ କୁମାର ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କରୀ ଥିଲେ,ଛାତ୍ରଛାତ୍ରୀଙ୍କୁ ଆଧୁନିକ ତଥା ରୋଜଗାରକ୍ଷମ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି କେନ୍ଦ୍ରଟି ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛି। ଏହି ଅବସରରେ ଶିକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକାଧିକ ସରକାରୀ ସ୍ୱୀକୃତିପ୍ରାପ୍ତ କମ୍ପ୍ୟୁଟର ଏବଂ ଡିଗ୍ରୀ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଜ୍ଞାନୋଦୟ ଏକାଡେମୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ସ୍ୱତନ୍ତ୍ର ‘ଓ ଲେଭଲ୍’ (O Level) କମ୍ପ୍ୟୁଟର କୋର୍ସ ଉପଲବ୍ଧ ହେଉଛି। ଏହା ସହିତ ରାଜ୍ୟ ସରକାରଙ୍କ ଅଧୀନରେ ଥିବା OS-CIT, OS-CIT A, ଏବଂ OS-CIT A+ ପାଠ୍ୟକ୍ରମ ମଧ୍ୟ ଏଠାରେ ପ୍ରଦାନ କରାଯାଉଛି।

ଉଚ୍ଚଶିକ୍ଷା ପାଇଁ ମାଟ୍ସ (MATS) ବିଶ୍ୱବିଦ୍ୟାଳୟ ସହବନ୍ଧିତ DCA, PGDCA, BCA ଏବଂ MCA ଭଳି ବୈଷୟିକ କୋର୍ସ ସହ ଟାଲି (Tally TEPL), ୱେବ୍ ଡିଜାଇନ୍, ସାଇବର ସୁରକ୍ଷା, ନୈତିକ ହ୍ୟାକିଂ (Ethical Hacking), ଡିଜିଟାଲ୍ ମାର୍କେଟିଂ ଏବଂ ବଗ୍ ବାଉଣ୍ଟି ଭଳି ଆଡଭାନ୍ସଡ୍ ଆଇଟି କୋର୍ସ ମଧ୍ୟ ଉପଲବ୍ଧ। ଡିଗ୍ରୀ ପାଠ୍ୟକ୍ରମ ମଧ୍ୟରେ BA, BSc, BCom, B.Lib.ISc, MA, MSc, MCom ଏବଂ M.Lib.ISc କରିବାର ସୁବର୍ଣ୍ଣ ସୁଯୋଗ ରହିଛି।

ଆଇଟି କ୍ଷେତ୍ରରେ ନିଜକୁ ସଦାସର୍ବଦା ଆଗରେ ରଖିବା ପାଇଁ ଜ୍ଞାନୋଦୟ ଏକାଡେମୀ ନିଜର ସମସ୍ତ ପାଠ୍ୟକ୍ରମରେ AI (Artificial Intelligence) କୁ ସାମିଲ କରିଛି। ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଆଧୁନିକ ଦୁନିଆର ବୈଷୟିକ ଜ୍ଞାନକୌଶଳ ସହ ତାଳ ଦେଇ ଚାଲିପାରିବେ।
ଜ୍ଞାନୋଦୟ ଏକାଡେମୀ ବଲାଙ୍ଗୀର ମୁଖ୍ୟ ଶାଖାର ନିର୍ଦ୍ଦେଶକ ନୀଳକଣ୍ଠ ବହିଦାର ଏବଂ ଟିଟିଲାଗଡ଼ ଶାଖାର ମ୍ୟାନେଜିଂ ଡିରେକ୍ଟର (MD) ସୋଭିତ କୁମାର ଦାଶ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ, “ଯଦି ଆପଣଙ୍କର ସାର୍ଟିଫିକେଟ୍ କିମ୍ବା କ୍ୟାରିଅରକୁ ନେଇ କୌଣସି ଦ୍ୱନ୍ଦ୍ୱ ଅଛି, ତେବେ କେନ୍ଦ୍ର, ରାଜ୍ୟ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି ଅନୁଷ୍ଠାନକୁ ଆସି ନିଜର ନାମ ଲେଖାନ୍ତୁ ଏବଂ କ୍ୟାରିଅରକୁ ଏକ ନୂଆ ଦିଗ ଦିଅନ୍ତୁ।”

ଆଧୁନିକ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଏହି ନାମଲେଖା ପ୍ରକ୍ରିୟାରେ ସାମିଲ ହେବାକୁ ଏକାଡେମୀ ତରଫରୁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି
