ସ୍ୱାସ୍ଥ୍ୟସେବା ସୁଦୃଢ କରିବା କ୍ଷେତ୍ରରେ ଆଦାନୀ ଫାଉଣ୍ଡେସନର ପଦକ୍ଷେପ |

ସ୍ୱାସ୍ଥ୍ୟସେବା ସୁଦୃଢ କରିବା କ୍ଷେତ୍ରରେ ଆଦାନୀ ଫାଉଣ୍ଡେସନର ପଦକ୍ଷେପ
ଆଗଧାଡ଼ି ସ୍ୱାସ୍ଥ୍ୟକର୍ମୀଙ୍କୁ ପାଲିଏଟିଭ୍ କେୟାର ତାଲିମ
ଧାମରା,: ଗ୍ରାମାଞ୍ଚଳ ଏବଂ ଉପକଣ୍ଠ ଅଞ୍ଚଳରେ ପାଲିଏଟିଭ୍ କେୟାର
ସେବାର ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଆଦାନୀ ଫାଉଣ୍ଡେସନ ଭଦ୍ରକ ଜିଲାର
ତିହିଡ଼ି ସିଏଚ୍‌ସିରେ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ
ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ,
ପାରାମେଡିକାଲ କର୍ମୀ ଓ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକମାନଙ୍କୁ ପାଲିଏଟିଭ କେୟାର, ରୋଗର
ପ୍ରାରମ୍ଭିକ ଚିହ୍ନଟ, ଯନ୍ତ୍ରଣା ପରିଚାଳନା ଓ ରୋଗୀ ଯୋଗାଯୋଗ ବିଷୟରେ ତାଲିମ
ଦିଆଯାଇଥିଲା । ସ୍ୱଳ୍ପ ଆୟୁ ଥିବା ରୋଗୀ, ମାରାତ୍ମକ ରୋଗରେ ପୀଡିତ ଥିବା
ରୋଗୀମାନଙ୍କ ପାଇଁ ପାଲିଏଟିଭ କେୟାର ହେଉଛି ଏକ ଅତ୍ୟାବଶ୍ୟକ ଉପାଦାନ ।
ଏହା ରୋଗୀର ଶାରୀରିକ, ମାନସିକ, ସାମାଜିକ କଷ୍ଟକୁ ସମାଧାନ କରିବା ସହ
ସେମାନଙ୍କ ପରିବାରକୁ ସକରାତ୍ମକ ଭାବେ ସ୍ୱାସ୍ଥ୍ୟବସ୍ଥାକୁ ସୁଧାରିବା ପାଇଁ ଧୈର୍ଯ୍ୟର
ସହ ଆଗକୁ ବଢିବା ଆଶ୍ୱାସନା ଦେଇଥାଏ । ଧାମରା ଏବଂ ସ୍ଥାନୀୟ ଅଞ୍ଚଳରେ
ଗୋଷ୍ଠୀ ଆଧାରିତ ପାଲିଏଟିଭ୍ କେୟାର ସେବାର ବର୍ଦ୍ଧିତ ଆବଶ୍ୟକତାକୁ ସ୍ୱୀକାର
କରି, ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭଦ୍ରକ ଜିଲାର ତିହିଡ଼ି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ
ଆୟୋଜନ କରାଯାଇଥିଲା । ରୋଗୀ ଏବଂ ସେମାନଙ୍କ ପରିବାର ପାଇଁ ଯୋଗାଯୋଗର
ପ୍ରଥମ ସୂତ୍ର ଭାବରେ କାର୍ଯ୍ୟ କରୁଥିବା ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବିକାଶ ପାଇଁ
ଆଦାନୀ ଫାଉଣ୍ଡେସନ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ ପ୍ରଂଶସା କରାଯାଇଥିଲା
ା ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ଅମୃତଧାରା ପାଲିଏଟିଭ କେୟାର ସେଣ୍ଟରର ଏକ
ବିଶେଷଜ୍ଞ ଦଳ ଦ୍ୱାରା ପରିଚାଳନା କରାଯାଇଥିଲା, ଯାହାର ନେତୃତ୍ୱ ନେଇଥିଲେ
ଟ୍ରଷ୍ଟି ଡଃ ନମ୍ରତା ରଥ ଏବଂ ପରାମର୍ଶଦାତା ଡଃ ପ୍ରଗତି ପଣ୍ଡା, ଇତିନା ସ୍ୱାଇଁ ଏବଂ
ପ୍ରତ୍ୟାଶା ରଥ । ଆଦାନୀ ଫାଉଣ୍ଡେସନର ପ୍ରଭାତ କୁମାର ସାହୁ କାର୍ଯ୍ୟକ୍ରମ ଆୟୋଜନ
କରି କହିଥିଲେ ଯେ, ପାଲିଏଟିଭ କେୟାର କେବଳ ଜୀବନର ଶେଷ ସହାୟତା
ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଗୁରୁତର ରୋଗ ସମୟରେ ରୋଗୀ ଏବଂ ସେମାନଙ୍କ
ପରିବାର ପାଇଁ ଅନୁପ୍ରେରିତ କରିଥାଏ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ପାରାମେଡିକାଲ କର୍ମଚାରୀ,
ସ୍ୱାସ୍ଥ୍ୟକର୍ମୀଙ୍କର ବ୍ୟବହାରିକ ଦକ୍ଷତା ସୁଦୃଢ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।

Leave a Reply

Your email address will not be published. Required fields are marked *

error: Content is protected !!