ଗଜପତିରେ ଧାନମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ
ଚୋରୀ ଘଟଣାରେ ପୋଲିସର ତଦନ୍ତ ଆରମ୍ଭ
ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି
ପଞ୍ଚାୟତ ସଦରମହକୁମା ଠାରେ ଥିବା ଅସ୍ଥାୟୀ ଧାନମଣ୍ଡି ତଥା ପ୍ରାଥମିକ କୃଷି ସମବାୟ
ସମିତିରୁ ଲକ୍ଷାଧିକ ଟଙ୍କାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ପ୍ରାଥମିକ କୃଷି
ସମବାୟ ସମିତିର ସମ୍ପାଦକ ଡି.ଖଗେଶ୍ୱର ରାଓ ଆଜି ଏନେଇ ଗୁରାଣ୍ଡି ଥାନାରେ
ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ଗତକାଲି ଦୁର୍ବୃତ୍ତ ମାନେ
ରାତ୍ରଜଗୁଆଳୀଙ୍କ ଅନୁପସ୍ଥିତିରେ ଖୋଲାମେଲାରେ ରହିଥିବା ଅସ୍ଥାୟୀ ଧାନମଣ୍ଡିରେ
ପଶି ସରକାରଙ୍କ ପକ୍ଷରୁ ଲଗାଯାଇଥିବା ସିସି କ୍ୟାମେରା ଏବଂ ଏହାର ସମସ୍ତ ଉପକରଣ,
ପ୍ରିଣ୍ଟର, ଧାନ ଆଦ୍ରତା ମାପକ ଯନ୍ତ୍ର, ଓଜନ ମେସିନ୍, ଟାର୍ପଲିନ୍ ସହ ବିଭିନ୍ନ ଧାନ ମାପକ
ଯନ୍ତ୍ରାଂଶ ଚୋରୀ ହୋଇଥିବାର ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଗୁରାଣ୍ଡି
ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ବସନ୍ତ କୁମାର ଗୁଣ୍ଠା
ଓ ଏଏସ୍ଆଇ ରଞ୍ଜନ କୁମାର ଚୌଧୁରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
