ପିୟୁସିସି ପ୍ରମାଣପତ୍ର ଦେଲେ ଜରିମାନା ଛାଡ |

ପିୟୁସିସି ପ୍ରମାଣପତ୍ର ଦେଲେ ଜରିମାନା ଛାଡ
କଟକ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଆଶ୍ୱସ୍ତି ଦେଲା
ପରିବହନ ବିଭାଗ। ଗାଡ଼ିର ପ୍ରଦୂଷଣ
ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ପାଇଁ
ଲୋକେ ହନ୍ତସନ୍ତ ହେଉଥିବା ବେଳେ ବଡ଼
ଘୋଷଣା କରିଛି ପରିବହନ ବିଭାଗ ।
ଲୋକେ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ
ସାର୍ଟିଫିକେଟ୍ ବାହାର କଲେ ସରକାର
ଜରିମାନା କ୍ଷମା କରିଦେବେ। ରାଜ୍ୟ
ପରିବହନ କର୍ତ୍ତୃପକ୍ଷଙ୍କ ଘୋଷଣା ଅନୁସାରେ,
ଗାଡ଼ିର ନୂଆ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ
ବାହାର କଲେ ପୂର୍ବରୁ ଥିବା ପ୍ରଦୂଷଣ ନିୟମ
ଉଲ୍ଲଂଘନଜନିତ ସମସ୍ତ ଜରିମାନାକୁ କ୍ଷମା
କରି ଦେବେ ରାଜ୍ୟ ସରକାର। ପୂର୍ବରୁ
ଯେତେଥର ବି ପ୍ରଦୂଷଣ ନିୟମ ଉଲ୍ଲଂଘନ
ପାଇଁ କଟିଥିବା ଚାଲାଣ ଲାଗି ଜରିମାନା
ଦେବାକୁ ପଡ଼ିବ ନାହିଁ। ପ୍ରଦୂଷଣ ନିୟମ
ଉଲ୍ଲଂଘନ ଜନିତ ସମସ୍ତ ଚାଲାଣକୁ କ୍ଷମା
କରି ଦିଆଯାଉଛି ବୋଲି ପରିବହନ
ପ୍ରାଧିକରଣ କାର୍ଯ୍ୟାଳୟ ପକ୍ଷରୁ ସୂଚନା
ଦିଆଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର
ନିୟମ କୋହଳ କରାଯିବ ବୋଲି ପୂର୍ବରୁ
ପରିବହନ ମନ୍ତ୍ରୀ ଘୋଷଣା କରିଥିଲେ।
ଯାହାକୁ ଆଧାର କରି ଜାନୁଆରୀ ପ୍ରଥମ
ସପ୍ତାହରୁ ଏହି ନିୟମ ଲାଗୁ ହୋଇଛି।
ତେବେ ପ୍ରଦୂଷଣ ବ୍ୟତୀତ ଯଦି ଗାଡ଼ି ଅନ୍ୟ
କିଛି ନିୟମ ଉଲ୍ଲଂଘନ ପାଇଁ ଚାଲାଣ
କଟିଥିବ। ସେହି ଜରିମାନା ପ୍ରଥମେ ପୈଠ
କରିବା ବାଧ୍ୟତାମୂଳକ ବୋଲି ସର୍ତ୍ତ
ରଖାଯାଇଛି। ଏଭଳି ନିୟମ ଯୋଗୁଁ ଗତ
୧୦ ମଧ୍ୟରେ ରାଜ୍ୟ ସରକାର ୧୦ କୋଟି
ଟଙ୍କାର ଜରିମାନାକୁ କ୍ଷମା କରିଛନ୍ତି। ତେବେ
ପରିବହନ ମନ୍ତ୍ରୀଙ୍କ ପୂର୍ବ ଘୋଷଣା ମୁତାବକ
ଏପ୍ରିଲ୍ ପହିଲାରୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର
ଯାଞ୍ଚକୁ ପରିବହନ ବିଭାଗ ପକ୍ଷରୁ କଡ଼ାକଡ଼ି
କରାଯିବ। ଏହା ପୂର୍ବରୁ ୨୦୨୫ ଡିସେମ୍ବର
୨୦ରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏକ
ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ
ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର
ନଥିଲେ ପେଟ୍ରୋଲ୍ ଓ ଡିଜେଲ୍ ନ ଦେବାକୁ
ନିର୍ଦ୍ଦେଶ ଥିଲା। ଯାହା ପରେ ଲୋକେ
ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପାଇଁ
ରାସ୍ତାରେ ଲମ୍ବା ଲାଇନ୍ ଲଗାଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!