ରାୟଗଡ଼ା ଜିଲ୍ଲାରୁ ଦେବୀ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ରାୟଗଡା ଏକ ଅଭାବନିୟ ଘଟଣା ଘଟିଯାଇଛି ରାୟଗଡା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କଲେଜ ରେ ପଡୁଥିବା ଛାତ୍ର ମୋନଜ ଗୌଡ଼ ଙ୍କ ବୟସ ୧୬ ୱେଲଡ଼ର ଟ୍ରେଡ଼ର ରେ ପଡୁଥିଲେ l ମୋନଜ କହିବା ଅନୁଯାୟୀ ନଭେମ୍ବର ମାସ ୫ ତାରିଖ ଦିନ ଥେରୁବାଲି ଗ୍ରାମ ରେ କୌଣସି କଥା କୁ ନେଇ ଭୁବନ ଲିମା,ଓ ତାଙ୍କ ସାଙ୍ଗ ଶହ ମିଶି ମୋନଜ ଙ୍କ ସହିତ ଯୁକ୍ତିତର୍କ ହୋଇଥିଲା l ପୂର୍ଵ ଶତ୍ରୁତା କୁ କେନ୍ଦ୍ର କରି କଲେଜ ରେ ମୋନଜ ଫୋନ ରେ କଥା ହେବା ସମୟ ରେ ଭୁବନ ଲିମା ଆସି ବେଣ୍ଡ ପାଇପ ରେ ପଛପଟୁ ଯାଇ ମୁଣ୍ଡ ରେ ବାଡେଇ ଥିଲେ ମୁଣ୍ଡରେ ଗଭୀର ଆଘାତ ଲାଗି ତଳେ ପୋଡିଯାଇଥଲେ,ତାଙ୍କୁ ଶିଳ୍ପ ତାଲିମ କେନ୍ଦ୍ର ର ମୁଖ୍ୟ ଅଧ୍ୟାପକ ଆମ୍ବୁଲାନ୍ସ କୁ ତୁରନ୍ତ ଡ଼କାଇ ମୋନଜ ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ତା ରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳ କୁ ସ୍ଥାନାନ୍ତର କରିଥିଲେ ଡାକ୍ତର ତାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ଯୋଗୁଁ ଡ୍ରେସଙ୍ଗି କରି ଶ୍ୱାସ୍ଥ୍ୟ ଅବସ୍ତା ସଂକଟା ପୂର୍ଣ୍ଣ ହେବାରୁ ତୁରନ୍ତ ବ୍ରହ୍ମପୁର (MKCG )ମେଡିକାଲ କୁ ନେବା ପାଇଁ ପରିବାର ଲୋକଙ୍କୁ ଜଣାଇଥିଲେ, ଏବଂ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ କୁ ଗିରଫ କରି ଥାନା ରେ ରଖି ପଚାର ଉଚରା କରୁଛି

