ଗଞ୍ଜାମ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଗଂଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ ଗ୍ରାମର ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ନିକଟସ୍ଥ ଶାଗୁଆନ ଜଙ୍ଗଲ ରୁ ଯୁବକଙ୍କ ଅଧ ଦଗ୍ଧ ମୃତ ଦେହ ମିଳିବା ଘଟଣାରେ ଚାରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ l ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ବଳରାମ ପାହାନ ପୋଲିସ ଆଗରେ ସଲେଣ୍ଡର କରିଥିଲା l ଗଞ୍ଜେଇ ଚାଲାଣ କେସରେ ଫସେଇ ଦେବା ଓ ଜେଲରୁ ବେଲ ବାବଦକୁ ଖର୍ଚ୍ଚ ହୋଇଥିବା ଟଙ୍କା ନଦେବା କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଥିଲା l ସୂଚନା ଅନୁସାରେ ତେଲେଙ୍ଗାନା ହାଇଦ୍ରାବାଦର ଚାଣ୍ଟି ଆଲିଆସ ଭଣ୍ଡାରି ଗୌରୀ ନାଥ ନାମକ ଯୁବକ ଓ ମୁଖ୍ୟ ଅଭିଯୁକ୍ତ ବଳରାମ ପାହାନ ଓ ଲେମନ ପରିଡ଼ା ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିଲେ l ସେମାନେ ଗଞ୍ଜେଇ ଚୋରା ଚାଲାଣ ବେଳେ ତ୍ରିରୁଚିନାନୁର ପୋଲିସ ହାତରେ ଧରାପଡ଼ି ଜେଲ ଯାଇଥିଲେ ଜେଲରୁ ବାହାରିବା ପରେ ଭଣ୍ଡାରି ଗୌରୀ ନାଥ କୁ ବେଲବାଦବକୁ ଖର୍ଚ୍ଚ ହୋଇଥିବା ଟଙ୍କା ମାଗିଥିଲା ଅଭିଯୁକ୍ତ ବଳରାମ ପହାନ ତେବେ ଭଣ୍ଡାରି ଗୌରୀ ନାଥ ତାଙ୍କୁ ଟଙ୍କା ଦେଇନଥିବା ବେଳେ ମାର ପିଟି କରିଥିଲା l ଫଳରେ ଶତ୍ରୁତା ରଖି ହତ୍ୟା କରିବାକୁ ଯୋଜନା କରି କୌଶଳ କ୍ରମେ ଭଣ୍ଡାରି ଗୌରୀ ନାଥକୁ ଶେରଗଡ଼ ଡାକିଥିଲା ମୁଖ୍ୟ ଅଭିଯୁକ୍ତ l ପରେ ବାଦଗଡ ଗ୍ରାମର ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ନିକଟସ୍ଥ ଶାଗୁଆନ ଜଙ୍ଗଲ ନିକଟରେ ମଦପିଇ ଥିଲେ ମଦ ପିଇବା ପରେ ପୁଣି ଟଙ୍କା ମାଗିଥିଲେ ଟଙ୍କା ଦେବା ନଦେବାରୁ ଭଣ୍ଡାରି ଗୌରୀ ନାଥ କୁ ମୁଖ୍ୟ ଅଭିଯୁକ୍ତ ବଳରାମ ପାହାନ ଛୁରୀ ଆକ୍ରମଣ କରି ଗଳା କାଟିବା ପରେ ଅନ୍ୟ ସହଯୋଗୀ ମାନଙ୍କ ସହ ମିଶି ପେଟ୍ରୋଲ ପକାଇ ପୋଡ଼ିଦେଇଥିଲା l ଘଟଣାରେ ମୁଖ୍ୟସହଯୋଗୀ ପୋଲିସ ପାଖରେ ସଲେଣ୍ଡରକରିଥିବା ବେଳେ ତାର ଅନ୍ୟ ତିନି ସହଯୋଗୀ ନଳବଣ୍ଟା ଗ୍ରାମର ଲେମନ୍ ପରିଡ଼ା, ବନ୍ଧାଗୁଡ଼ାର ଗ୍ରାମର ସମ୍ବିତ ଗୌଡ, ଷଡ଼ଙ୍ଗୀପଲ୍ଲୀ ଗ୍ରାମର ଅଜିତ ଗୌଡ ମୋଟ୍ ଚାରି ଜଣଙ୍କୁ ପୋଲିସ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଆଡ଼ିସନାଲ ଏସପି ସୀମା ସ୍ବାଇଁ l

