ଗଲୱାନ ସଂଘର୍ଷର ୭ ଦିନ ପରେ ଚୀନ କରିଥିଲା ପରମାଣୁ ଟେଷ୍ଟ , ଆମେରିକାର ଦାବିରେ ମାହୋଲ ସରଗରମ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଆମେରିକାର ଟ୍ରମ୍ପ ପ୍ରଶାସନର ଏକ ଟିପ୍ପଣୀ ବିଶ୍ୱରେ ହଇଚର। ଆମେରିକା ଚୀନ୍ ଉପରେ ଗୁରୁତର ଅଭିଯୋଗ ଲଗେଇଛି। ଏହା କହିଛି ଯେ, ବେଜିଂ ୧୫ ଜୁନ ୨୦୨୦ରେ ଗଲୱାନ ଘାଟୀରେ ଭାରତ ସହ ବିବାଦର ୭ ଦିନ ପରେ ୨୨ ଜୁନରେ ଗୁପ୍ତ ପରମାଣୁ ଅସ୍ତ୍ର ପରୀକ୍ଷଣ କରିଥିଲା। ଆମେରିକୀୟ ବୈଦେଶିକ ବିଭାଗର ଅଣ୍ଡର ସେକ୍ରେଟାରୀ ଥମସ୍ ଡିନାନୋ ଜେନିଭାରେ ମିଳିତ ଜାତିସଂଘର ନିରସ୍ତ୍ରୀକରଣ ସମ୍ମଳିନୀରେ ଏହି ଦାବି କରିଥିଲେ।

ସେ କହିଥିଲେ ଯେ, ଚୀନ ଡିକପଲିଂ ଟେକନିକ ବ୍ୟବହାର କରିଥିଲା, ଯେଉଁଥିରେ ବଡ଼ ଅଣ୍ଡରଗ୍ରାଉଣ୍ଡ ଗର୍ତ୍ତରେ ବିସ୍ଫୋରଣ କରି ଭୂକମ୍ପୀୟ ତରଙ୍ଗକୁ ଚାପ ପ୍ରୟୋଗ କରାଯାଏ, ଯାହାକି ବୈଶ୍ୱିକ ନିରୀକ୍ଷଣ ଏଜେନ୍ସିମାନେ ଏହାକୁ ଧରି ପାରିବେ ନାହିଁ। କୁହାଯାଇଛି ଯେ, ଏହି ଟେଷ୍ଟ ଶିନଜିଆଙ୍ଗର ଲୋକ ନୁର ଅଞ୍ଚଳରେ ହୋଇଥିଲା।

୨୦୨୦ରେ ଲଦ୍ଦାଖର ଗଲୱାନରେ ଭାରତ ଓ ଚୀନ ମଧ୍ୟରେ ହିଂସାତ୍ମକ ବିବାଦ ହୋଇଥିଲା, ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇ ଥିଲେ ଏବଂ ମୁହାଁମୁହିଁରେ ଚୀନକୁ ମଧ୍ୟ ଖୁବ୍ କ୍ଷତି ହୋଇ ଥିଲା। ହେଲେ ଚୀନ ନିଜର ମୃତ୍ୟୁ ସଂଖ୍ୟା କେବେ ସାର୍ବଜନିକ କରି ନାହିଁ। ଉଭୟ ଦେଶ ମଧ୍ୟରେ ଅସ୍ତ୍ରଶସ୍ତ୍ରର ବ୍ୟବହାର ଉପରେ ବୁଝାମଣା ହେବା କାରଣରୁ ଏହି ସଂଘର୍ଷ ବିନା ଗୁଳିରେ ଜାରି ରହି ଥିଲା। ଏହି ବିବାଦ କୋଭିଡ-୧୯ ମହାମାରୀର ପ୍ରାରମ୍ଭିକ ସମୟରେ ହୋଇଥିଲା, ଯାହାକି ସାରା ବିଶ୍ୱର ଧ୍ୟାନ ଆକର୍ଷିତ କରିଥିଲା।

ବିଶେଷଜ୍ଞଙ୍କ ଅନୁସାରେ , ଗଲୱାନ ସଂଘର୍ଷ ବେଳେ ବିଶ୍ୱର ଧ୍ୟାନ ଭଙ୍ଗ କରିବାର ଫାଇଦା ଉଠାଇ ଚୀନ ଏହି ଟେଷ୍ଟ କରି ଥାଇ ପାରେ, କାରଣ ଏମିତି ପରୀକ୍ଷଣର ପ୍ରସ୍ତୁତିରେ ମାସ ମାସ ଲାଗିଥାଏ। ଚୀନ କମ୍ପ୍ରିହେନ୍ସିଭ୍ ନ୍ୟୁକ୍ଲିୟର-ଟେଷ୍ଟ-ବ୍ୟାନ ଟିଟି ( ସିଟିବିଟି)ରେ ଦସ୍ତଖତ କରିଛି। କିନ୍ତୁ ଏହାକୁ ରେଟିଫାଇ କରିନାହିଁ ,ଠିକ୍ ସେମିତି ଯେମିତି ଆମେରିକା କରିନାହିଁ। ସିଟିବିଟି ସଙ୍ଗଠନ କହିଛି , ତାର ନିରୀକ୍ଷଣ ପ୍ରଣାଳୀ ସେହି ସମୟରେ ଚୀନରେ କୌଣସି ପରମାଣୁ କାର୍ଯ୍ୟକଳାପକୁ ଧରି ନାହିଁ।

Leave a Reply

Your email address will not be published. Required fields are marked *

error: Content is protected !!