ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ ସ୍ଥାନୀୟ ବାଳକ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ତ୍ରିଦିବସୀୟ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇଯାଇଛି l ଦୀର୍ଘ ତିନି ଦିନ ଧରି ଏଠାରେ ଚାଷୀଙ୍କୁ ଆଧୁନିକ ଯନ୍ତ୍ର ଉପଯୋଗ ସହ ଅଧିକ ଆୟ ଉପାର୍ଜନ, ରାସାୟନିକ ସାର ତଥା କୀଟନାଶକ ଔଷଧର କମ ବ୍ୟବହାର ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧରତୀ ମାତା ବଚାଓ ଅଭିଯାନରେ ସାମିଲ ହେବା, ପନିପରିବା, ଶ୍ରୀ ଅନ୍ନ, ଗାଈ, ଛେଳି, କୁକୁଡ଼ା, ମତ୍ସ୍ୟ ଚାଷ ନେଇ ବିଶେଷ ତାଲିମ ପ୍ରଦାନ କରାଯାଇଥିଲା l ଏହା ସହ ୨୮ଟି ଷ୍ଟଲରେ କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଆଧୁନିକ ଯନ୍ତ୍ରାଂଶର ପ୍ରଦର୍ଶନ, ବିକ୍ରିବଟା, କୃଷି ସମ୍ବନ୍ଧୀୟ ଶିକ୍ଷଣୀୟ କୌଶଳ ସମ୍ବନ୍ଧୀୟ ପ୍ରଦର୍ଶନ କରାଯାଇଥିଲା l ଉଦଯାପନୀ ଦିବସରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲା ପରିଷଦ ସଭ୍ୟା ଗୀତା ବିଶି, ଜିଲା ପରିଷଦ ସଦସ୍ୟ ସଞ୍ଜୟ ବେହେରା ଅତିଥି ଭାବରେ ଯୋଗଦେଇଥିଲେ l ମେଳା ଅବସରରେ ଚାଷୀ ଆର୍ତ୍ତ ସାହୁ (ମୃତ୍ତିକା )

ଭାଗବତୀ ରତେଇ (ମତ୍ସ୍ୟ ) ଦିବାକର ଭୋଇ (ଗୋସମ୍ପଦ ) ନରେଶ ମେହେର (କୃଷି ), ଜୟଦେବ ସାହୁ (ଉଦ୍ୟାନ କୃଷି ), ସଞ୍ଜୀବ ପଟ୍ଟନାୟକ, ସମ୍ପାଦକ, ଆଶା (ଶ୍ରୀ ଅନ୍ନ ), ରିଥିକ ରାୟ (ବ୍ଲକ କୃଷି ବିଭାଗ, ଟିଟିଲାଗଡ଼ ), ମମତା ଏଣ୍ଟରପ୍ରାଇଜର୍ସ (ଡିଲର ) ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଟିଟିଲାଗଡ଼ ଉପଜିଲାପାଲ ପଦ୍ମନାଭ ସାମନ୍ତରାୟ ତଥା ଜିଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କୃଷି ମେଳା ଆୟୋଜନରେ ଟିଟିଲାଗଡ଼ କୃଷି ଜିଲା ଅଧିକାରୀ ଧବଳେଶ୍ୱର ପ୍ରଧାନ, ଜିଲା କୃଷି ନିର୍ବାହୀ ଯନ୍ତ୍ରୀ ଲାସା ମୁର୍ମୁ, ପ୍ରିନ୍ସପାଲ ରାଇଟ୍ସ ସୁଧାକର ନନ୍ଦ, ଏଏଓ ରିଥିକ ବରନ ରାୟ, ସ୍କିମ ଅଫିସର ଶୈଳଵାଲା ମହାନନ୍ଦ, ଜ୍ୟୋସ୍ନାରାଣୀ ଛୁରା, ସୁଜାତା ପାତ୍ର ପ୍ରମୁଖ ସହାୟତା କରିଥିଲେ l

