ସଇଁତଲା ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ସଇଁତଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବଲାଙ୍ଗୀର ଜିଲ୍ଲା ସଭାପତି ସରୋଜ ମେହେର ଙ୍କ ଅନୁମୋଦନ କ୍ରମେ ବଲାଙ୍ଗୀର ଜିଲ୍ଲାର ୧୪ ଟିବ୍ଳକ, ୨ଟି ମୁନସିପାଲିଟି ଓ ୩ଟି ଏନ ଏ ସି ସଭାପତି ମାନଙ୍କ ନାମ ଘୋଷଣା ହୋଇଛି। ସଇଁତଲା ବ୍ଲକ ବିଜେଡି ସଭାପତି ରୁପେ ସୁବାସ ବୁଡ଼େକ ଙ୍କୁ ମନୋନୀତ କରାଯାଇଛି l ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଉତ୍ସାହ ଖେଳିଯାଇଛି ଏବଂ ଅଞ୍ଚଳର ବହୁ ବିଜେଡି କର୍ମୀ ମାନେ ଶ୍ରୀ ବୁଡ଼େକ ଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଉଥିବା ଦେଖାଯାଉଛି l ଏହା ପୂର୍ଵରୁ ସେ ଅଞ୍ଚଳର ସମିତି ସଭ୍ୟ ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ଏକ ଶୃଙ୍ଖଲିତ ବିଜେଡି କର୍ମୀ ଭାବେ ଜଣାଶୁଣା ସେ ସଇଁତଲା ବ୍ଲକ ରେ ଅନେକ ସମାଜ ମୂଳକ କାମ ଓ ସମାଜ ସେବାରେ ଲିପ୍ତ ଥିବାବେଳେ ବିଜେଡି ବ୍ଲକ ସଭାପତି ନିୟୋଜିତ ହେବାପରେ ଆଗାମୀ ଦିନରେ ବିଜେଡିକୁ ସୃଦୁଢ ଓ ସଂଗଠିତ କରିବାନେଇ ପ୍ରକାଶ କରନ୍ତି l

