ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସମ୍ବନ୍ଧିୟ ବୈଠକ ଅନୁଷ୍ଠିତ |

ରାୟଗଡା : ଆଗାମୀ ଗ୍ରୀଷ୍ମ ଋତୁରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଜଙ୍ଗଲ ନିଆଁର ଭୟାବହତାକୁ ଦୃଷ୍ଟିରେ ରଖୂ ରାୟଗଡା ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ଡି.ଏଫ.ଓ,ସଚିନି ଅlହ୍ନା ଶlହେବ ଜଙ୍ଗଲ ସୁରକ୍ଷା ଓ ଅଗ୍ନି ନିରାକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।ଜଙ୍ଗଲ ନିଆଁ କେବଳ ପ୍ରାକୃତିକ ସମ୍ପଦ ନଷ୍ଟ କରେ ନାହିଁ, ବରଂ ବନ୍ୟଜନ୍ତୁଙ୍କ ଜୀବନ ବିପନ୍ନ କରିବା ସହ ବାୟୁ ପ୍ରଦୂଷଣ ଓ ଜନବସତି ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହାର ପ୍ରତିକାର ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।
ଜଙ୍ଗଲ ନିଆଁକୁ ପ୍ରତିହତ କରିବା ପାଇଁ ବନଖଣ୍ଡ ଅଧୀନରେ  RKM ଫାୟାର ଲାଇନ୍ ନିର୍ମାଣ କରାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ତୁରନୁ ସହାୟତା ପାଇଁ ସ୍ବତନ୍ତ୍ର ଫାୟାର ସ୍ଟ୍ରାଡ୍ ମୁତୟନ କରାଯିବ
ଜରୁରୀକାଳୀନ ପାଇଁ ବନଖଣ୍ଡ  ଏକ ୨୪-ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍   ୯୩୪୮୪୩୯୬୧୦ କୁ ଫୋନ କଲ କରନ୍ତୁ  ।ବୋଲି ରାୟଗଡା DFO ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!