ରାୟଗଡା: ଦେଶରେ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଦୀର୍ଘଦିନର ଦାବି ପୂରଣ ପାଇଁ ଭାରତୀୟ ମଜଦୁର ସଂଘ ପକ୍ଷରୁ ୨୫ ଫେବୃଆରୀକୁ ସାରା ଦେଶରେ “ପ୍ରତିବାଦ ଦିବସ” ଭାବେ ପାଳନ କରାଯାଇଛି। ଏହି ଅବସରରେ ରାୟଗଡା ଜିଲ୍ଲା BMS ପକ୍ଷରୁ ସକାଳ ୧୦.୩୦ ରେ ବ୍ଲକ ଅଫିସ ନିକଟ ମାଁ କାଳୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ଆଶା କର୍ମୀମାନଙ୍କ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ପ୍ରଦାନ କରାଯାଇଥିଲା।
ସ୍ମାରକପତ୍ରରେ ଉଲ୍ଲେଖ ହୋଇଛି ଯେ, ଓଡିଶାରେ ୪୬ ହଜାରରୁ ଅଧିକ ଆଶା କର୍ମୀ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ହୋଇ ଗ୍ରାମ ଓ ସହର ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ସ୍ଥାୟୀ କର୍ମଚାରୀ ମାନ୍ୟତା, ବେତନ ଓ ସାମାଜିକ ସୁରକ୍ଷାରୁ ବଞ୍ଚିତ ଅଛନ୍ତି।
ମୁଖ୍ୟ ଦାବିମାନଙ୍କ ମଧ୍ୟରେ ଆଶା କର୍ମୀଙ୍କୁ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ୧୮ ହଜାର ଟଙ୍କା ମାସିକ ବେତନ,ସମୟ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା, ପଦୋନ୍ନତି ସୁଯୋଗ ଓ ସେବାନିବୃତ୍ତି ସୁବିଧା ଦିଆଯାଉ
ଭାରତୀୟ ମଜଦୁର ସଂଘ ଚେତାବନୀ ଦେଇଛି ଯେ, ଯଦି ସରକାର ଶୀଘ୍ର ଏହି ଦାବିଗୁଡିକ ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
