ସୁନ୍ଦରଗଡ, ୧୨।୩ : ଚୋରା ମଦ ବେପାର ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପୁଲିସ ଏଏସଆଇ। ଏଏସଆଇ ଜଣକ ହେଉଛନ୍ତି ବଡ଼ ଗାଁ ଥାନାର ଅରୁପା ନନ୍ଦ ଦାଶ। ଚୋରା ମଦ ବେପାର ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବଡ଼ଗାଁ ବସଷ୍ଟାଣ୍ଡ ନିକଟ ଏକ ପାନ ଦୋକାନରୁ ପୋଲିସ ବାବୁ ବଡ଼ ଗାଁ ଅଂଚଳର ରଞ୍ଜନ ଦାଶଙ୍କଠାରୁ ୨୫ ହଜାର ଟଙ୍କା ନେଉଥିଲେ।ଏହି ସମୟରେ ରାଉରକେଲା ଭିଜିଲାନ୍ସ ର ସ୍ୱତନ୍ତ୍ର ଟିମ ଚଢାଉ କରିଥିଲା। ଏଏସଆଇଙ୍କ ଠାରୁ ୨୫ ହଜାର ଟଙ୍କା ଜବତ କରିଛି। ରାଉରକେଲା ଭିଜିଲାନ୍ସ ର ସ୍ୱତନ୍ତ୍ର ଟିମ ଏଏସଆଇ ଅରୁପାଙ୍କୁ ଗିରଫ କରିଛି।
