ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଗୌତମ ନଗର ବସ୍ତିରେ ଖେଳାଇଲେ ଆତଙ୍କ |

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା। ୬ଜଣ ଯୁବକ ମାସ୍କ ପିନ୍ଧି ଗୌତମ ବସ୍ତିରେ ଖେଳାଇଲେ ଆତଙ୍କ । ଏକାଧିକ ଲୋକଙ୍କୁ ଖଣ୍ଡାରେ ହାଣିଲେ। ଖଣ୍ଡା ଚୋଟରେ ଦୁଇଜଣ ଗୁରୁତର ହୋଇଛନ୍ତି। ଗାଡ଼ି ଓ ଘର ଭଙ୍ଗାରୁଜା କରିଛନ୍ତି । ଘଟଣା ସ୍ଥଳରେ ବଡଗଡ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି ।ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚଢାଉ ଜାରି ରହିଛି।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଅଚାନକ ଛଅ ସାତ ଜଣ ଆସି ଘର ଭଙ୍ଗାରୁଜା କରିବା ସହ ସାତ ଆଠ ଜଣଙ୍କୁ ମାଡ଼ ମାରିଥିଲେ। ଏହା ସହ ୪/୫ ଜଣଙ୍କୁ ହାଣିଛନ୍ତି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବସ୍ତିବାସିନ୍ଦାଙ୍କ କହିବା କଥା ଗୌତମ ନଗରରେ ଏହିପରି ଛଅ ଥର ଆକ୍ରମଣ ଘଟଣା ଘଟିଲାଣି। ଏମିତି ଆକ୍ରମଣ ଘଟଣାରେ ଲୋକେ ଆତଙ୍କିତ ହୋଇ ପଡ଼ିଲେଣି। ବସ୍ତିବାସିନ୍ଦା ରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିବା ସହ ନ୍ୟାୟ ଦାବି କରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!