ବଲାଙ୍ଗୀର ଜିଲ୍ଲା ରୁ ଚୋରି ହୋଇଥିବା ଟ୍ରାକ୍ଟରକୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି ଲୋଇସିଂହା ପୋଲିସ। ବଲାଙ୍ଗୀର ଏସ୍ଡିପିଓଙ୍କ କାର୍ଯ୍ୟାଳୟଠାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ଚୋରି ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ। ଗତ ଅକ୍ଟୋବର ମାସରେ ହରିପାଲି ଗାଁର ଜମିଦାର ପଧାନଙ୍କ ଟ୍ରାକ୍ଟର ସାହାଜପାଲ ଗାଁରୁ ଚୋରି ହୋଇଥିଲା। ଏନେଇ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜମିଦାର। ଚୋରି ଅଭିଯୋଗକୁ ନେଇ ତଦନ୍ତ ଜାରି ରଖିଥିଲା ପୋଲିସ। ଶେଷରେ ସୋନପୁର ଜିଲ୍ଲା ବିନିକା ଅଞ୍ଚଳର ଦୁଇଜଣ ଚୋରଙ୍କୁ ଗିରଫ କରିଥିଲା ପୋଲିସ। ତା’ପରେ ଗିରଫ ହୋଇଥିଲେ ଟ୍ରାକ୍ଟରକୁ କିଣିଥିବା ଓ ମଧ୍ୟସ୍ଥି କରିଥିବା ତିନିଜଣ। ମୋଟ୍ ପାଞ୍ଚଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଚୋରି ହୋଇଥିବା ଟ୍ରାକ୍ଟର ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହୋଇଛି। ଗିରଫ ଚୋରମାନେ ଆଗରୁ ବାଇକ ଚୋରି କରୁଥିବା ଜଣାପଡ଼ିଛ
ଟିଟିଲାଗଡ ରୁ ଓଡିଶା ବ୍ୟୟୁରୋ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ବଲାଙ୍ଗୀର ବ୍ୟରୋ ମୁନା ଗୌଡ଼ ଙ୍କ ରିପୋଟ
