ଗାଙ୍ଗଦହଣୀରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଛାରଖାର |

ଗଂଜାମ (ବ୍ୟୁରୋ )ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତ ଧୋବା ସାହିରେ ଅଗ୍ନିକାଣ୍ଡ । ରବିବାର ଅଭି ସେଠୀଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର‌ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଘରେ କେହି ନଥିବା ସମୟରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଘରେ ନିଆଁ ଲାଗିଯାଇ ଥିବା ଅନୁମାନ କରାଯାଉଛି ।ଫଳରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ସମ୍ପୂର୍ଣ ପୋଡିପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।

ସୁନା ଅଳଙ୍କାର, ୪୫ ହଜାର ଟଙ୍କା, ଏସି, ଫ୍ରିଜ, କମ୍ପ୍ୟୁଟର, ଜେରକ୍ସ ମେସିନ, ଲମିନେସନ ମେସିନ, ଟେଣ୍ଟ ହାଉସ, ଘର ଜମିର ସମସ୍ତ କାଗଜପତ୍ର, ପିଲାମାନଙ୍କ ସମସ୍ତ ସାର୍ଟିଫିକେଟ, ଆସବାବପତ୍ର ପ୍ରାୟ ଲକ୍ଷାଧିକ ଟଙ୍କାର ଜିନିଷ ସମ୍ପୂର୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିବା ପରିବାର ଲୋକେ କହିଛିନ୍ତି । ଘରୁ ଧୂଆଁ ବାହାରୁଥିବା ଦେଖି ଲୋକେ ପୁରୁଷୋତ୍ତମପୁର ଦମକଳ ବାହିନୀକୁ ଫୋନ କରିବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ପରିବାରଟି ନିସହାୟ ହୋଇପଡିଥିବାରୁ ତାଙ୍କୁ ଥଇଥାନ କରାଯିବା ସହ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!