ଟିଟିଲାଗଡ଼ :(ସନ୍ତୋଷ ପଟ୍ଟନାୟକ )
ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ଟର ଖାନା ରେ ଥିବା ରକ୍ତ ଭଣ୍ଡାର କର୍ମଚାରି ମାନଙ୍କ ନାମରେ କାର୍ଯ୍ୟ ରେ ଅବହେଳା କରୁ ଥିବାର ଅଭିଯୋଗ ହୋଇ ଅଛି, ଜରୁରୀ କାଳୀନ ସେବା ପ୍ରଦାନ କରିବା ହେଉ ଅଛି ରକ୍ତ ଭଣ୍ଡାର ରେ ଥିବା କର୍ମଚାରି ମାନଙ୍କ କିନ୍ତୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ଯେତେ ବେଳେ ଯାଉ ଅଛନ୍ତି ସନ୍ଧ୍ୟା ସମୟରେ ଆସିବାର ବିଳମ୍ବ ଦେଖିବାକୁ ମିଳି ଅଛି,୨ ଟା ସମୟରେ ଖାଇ ବାକୁ ଯାଉ ଅଛନ୍ତି ହେଲେ ଅଫିସ କୁ କେବେ ୫ ଟା ରେ ତ କେବେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଆସୁ ଅଛନ୍ତି, ଜଣେ ରୋଗୀ କୁ ରକ୍ତ ଦରକାର ସେହି ସେହି ସମୟରେ ରକ୍ତ ଭଣ୍ଡାର ର କର୍ମ ଚାରି ଙ୍କ ଅନୁପସ୍ଥିତି ଯୋଗୁଁ ଅନେକ ସମସ୍ୟା ରେ ପଡ଼ିବା କୁ ପଡୁ ଅଛି, ଫୋନ୍ କରିବା ପରେ ମଧ୍ୟ ରକ୍ତ ଭଣ୍ଡାର ର କର୍ମ ଚାରି ବିଳମ୍ବ ରେ ଆସୁ ଅଛନ୍ତି ତେଣୁ ପ୍ରଶାସନ କୁ ଅନୁରୋଧ କରି ଅଛନ୍ତି ଏଥି ପ୍ରତି ଦୃଷ୍ଟି ଦେଲେ ଭଲ ହୁଅନ୍ତା, କାରଣ ରୋଗୀ କୁ ରକ୍ତ ଦେବା ପାଇଁ ଡକ୍ଟର ପରାମର୍ଶ ଦେଲା ପରେ ରୋଗୀ ପାଈଁ ରକ୍ତ ଆଣିବା କୁ ଯାଇ ରକ୍ତ ଭଣ୍ଡାର ର କର୍ମଚାରି ଙ୍କ ଅନୁପସ୍ଥିତ ପାଈଁ ଗୋଟିଏ ରୋଗୀ ର ମୃତ୍ୟୁ ହେବା ସୁନିଶ୍ଚିତ ତେଣୁ ପ୍ରଶାସନ କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦେଲେ ଭଲ ହୁଅନ୍ତା ଜନସାଧାରଣ ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି,ଦେଖା ଯାଉ ପ୍ରଶାସନ ଆଗକୁ କଣ ପଦକ୍ଷେପ ନେଉ ଅଛନ୍ତି ଦେଖିବାକୁ ବାକି ରହିଲା
