ବାଘଛାଲ କାରବାର ବେଳେ ମାଡିବସିଲା ବନବିଭାଗ |

ବାରିପଦା:ବନ ବିଭାଗକୁ ବଡ ସଫଳତା। ବାଘଛାଲ କାରବାର ଉପରେ ପୋଲିସର ଚଢ଼ାଉ । ୯ ଶିକାରୀ ଗିରଫ ହେବା ସହ ଫେରାର ଥିବା ମୁଖ୍ୟ ଶିକାରୀକୁ ଧରିବାକୁ ଜାଲ ବିଛାଇଲା ବନ ବିଭାଗ । ବାରିପଦା ବନଖଣ୍ଡ ଅଞ୍ଚଳରେ କଳବାଘ ବା ମିଲେନିଷ୍ଟିକ ଟାଇଗର ଚମଡ଼ା ଧରାପଡ଼ିବା ଘଟଣାରେ ଗିରଫ ସଂଖ୍ୟା ୨ରୁ ବଢ଼ି ୯ରେ ପହଞ୍ଚିଛି ।ସୂଚନାଯୋଗ୍ୟ ଯେ,ଖବର ପାଇ କୁଳିଅଣା ଅଞ୍ଚଳରେ ଚଢ଼ାଉ କରି ବନବିଭାଗର ସ୍ଵତନ୍ତ୍ର ଦଳ ବାଘଚମଡା ଡିଲ୍ ବେଳେ ୨ଜଣଙ୍କୁ ମାଡ଼ି ବସିଥିଲା ।

ଚମଡ଼ା ଜବତ ହେବା ପରେ ଶିକାର ବାଘର ବୟସ ପ୍ରାୟ ୩ ବର୍ଷ ବୋଲି ଅନୁମାନ କରାଯାଇଥିଲାl ପଚରାଉଚୁରା ବେଳେ ଗତ ମାସେ ଆଗରୁ ଉଦଳା ରେଞ୍ଜ ଅଞ୍ଚଳରେ ସେହି କଳା ବାଘର ଶିକାର ହୋଇଥିବା ସୂଚନା ପାଇଥିଲା ବନବିଭାଗ। ଗତକାଲି ରବିବାର ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଉ ୭ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ମୁଖ୍ୟ ଆସାମୀ ବା ଶିକାରୀ ଏପର୍ଯ୍ୟନ୍ତ ଧରାପଡ଼ିନାହିଁ । ଧରା ପଡ଼ିଥିବା ୯ ଜଣଙ୍କ ମଧ୍ୟରେ ୩ ଜଣ ସହଯୋଗୀ ଶିକାରୀ ଥିବାବେଳେ ୬ ଜଣ ଚମଡ଼ା ବେପାରୀ ଅଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ । ତେବେ ଏଯାଏଁ ମୁଖ୍ୟ ଶିକାରୀ ଧରା ପଡ଼ିଥିବାରୁ ବନବିଭାଗର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ସହିତ ଛାନଭିନ ଜାରି ରହିଛି ।

Leave a Reply

Your email address will not be published. Required fields are marked *

error: Content is protected !!