ବାଲେଶ୍ବରରୁ ଅରିନ୍ଦମଙ୍କ ଏଣ୍ଟ୍ରି, ଅନୁଭବଙ୍କୁ ଷ୍ଟାର ଲିଷ୍ଟ ରୁ ହଟାଇଲେ ବବି।

କଥାରେ ଅଛି ଦୁଇ ଜଣଙ୍କ କଳିରେ ତୃତୀୟ ଜଣକର ଲାଭ । ଏବେ ଏହା ପ୍ରମାଣିତ ହୋଇଛି ଅନୁଭବ ଓ ବର୍ଷା ଙ୍କ ବିବାଦରେ । ଏବେ ଅନୁଭବ ଓ ବର୍ଷାଙ୍କ ବିବାଦ କାରଣରୁ ଅଲିଉଡ ଷ୍ଟାର ଅରିନ୍ଦମ ଙ୍କୁ ସୁବର୍ଣ୍ଣ ସୁଯୋଗ ମିଳି ଯାଇଛି । ଏବେ ଏବେ ଖବର ଆସିଛି ଅନୁଭବ ଙ୍କୁ ବିଜେଡ଼ି ର ଷ୍ଟାର ତାଲିକାରୁ ବାହାର କରି ଅରିନ୍ଦମ ଙ୍କୁ ରଖାଯିବ ।

ଖାଲି ରଖାଯିବ ନାହିଁ ବରଂ ଏଥିପାଇଁ ଅରିନ୍ଦମ ବି ପ୍ରସ୍ତୁତ ହୋଇ ସାରିଲେଣି ।

ଆଜ୍ଞା ହଁ, ଏହା ବିଲକୁଲ ସତ ଅଟେ । ଅନୁଭବଙ୍କର ପାରିବାରିକ ବିବାଦ ଅରିନ୍ଦମ ଙ୍କ ପାଇଁ ସୁଯୋଗ ଆଣି ଦେଇଛି । ଖବର ଅନୁସାରେ ଜଣା ପଡିଛି କି ବାଲେଶ୍ବରର ଉପ ନିର୍ବାଚନ ପାର୍ଥୀ ହୋଇଛନ୍ତି ଅରିନ୍ଦମ । ପାୱାର କରିଡରରୁ ସୂଚନା ମିଳିଛି କି ଅରିନ୍ଦମ ଜଣେ ଷ୍ଟାର ସହିତ ବିଜେଡ଼ି ଦଳର ହେଭିୱେଟ ତଥା ଚାଣକ୍ୟ କୁହାଯାଉଥିବା ଯୁବନେତା ବବି ଦାସଙ୍କ ଭିଣେଇ ହୋଇଥିବାରୁ ଏହି ଟିକେଟ ଦେବା ପାଇଁ ସ୍ଥିର ହୋଇଛି ।ସୂଚନା ଅନୁସାରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମାନେ ଏଥିପାଇଁ ଅଣ୍ଟା ଭିଡିଲେଣି କେବଳ ବାଲେଶ୍ବରର ଉପନିର୍ବାଚନ ତାରିଖ ଘୋଷଣା ବାକି ରହିଛି । ସୂଚନାଯୋଗ୍ୟ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ବିଜେଡ଼ି ଏହି ସିଟ ପାଇବା ପାଇଁ ଅଣ୍ଟା ଭିଡୁଛି । ଏଥିପାଇଁ ବିଜେଡ଼ି ର କିଛି ନେତା ବାଲେଶ୍ବରର ବିଧାୟକ ଆସନ ପାଇଁ ଅଲିଉଡ ଷ୍ଟାର ଅରିନ୍ଦମ ଙ୍କ ନାଁ ବାଛି ସାରିଲେଣି । ଅନ୍ୟପଟେ ସ୍ବର୍ଗତ ମଦନ ମୋହନଙ୍କ ପତ୍ନୀ କିମ୍ବା ତାଙ୍କ ସୁପୁତ୍ରକୁ ବିଜେପି ପକ୍ଷରୁ ଓ ନବଜ୍ୟୋତି ପଟ୍ଟନାୟକଙ୍କୁ କଂଗ୍ରେସ ପକ୍ଷରୁ ଲଢିବାର ଖବର ମିଳିଛି ।ଏହି ପାର୍ଥୀ ତାଲିକାରେ ଅନ୍ୟ କିଛି ପ୍ରମୁଖ ପ୍ରାର୍ଥୀମାନେ ମଧ୍ୟ ରହିଛନ୍ତି ସେମାନେ ହେଲେ ବିଜେଡ଼ି ପୂର୍ବତନ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ଏବଂ ବାଲେଶ୍ଵର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା । ଏହା ତ ସମୟ ଆସିଲେ ଜଣା ପଡିଯିବ କି ବାଲେଶ୍ବରରେ କିଏ ନିଜର ସତ୍ତା ଜମାଉଛି ।

Leave a Reply

Your email address will not be published. Required fields are marked *

error: Content is protected !!