୪୦୦ ଟଙ୍କା ପାଇଁ ବାପାକୁ ବାଉଁଶ ବାଡ଼ିରେ ପିଟି ପିଟି ହତ୍ୟା କଲା ପୁଅ |

ମୃତକ ହେଲେ ଲଦଡ଼ିହି ଗ୍ରାମର ଗୋବିନ୍ଦ ମାରାଣ୍ଡି (୮୦ ବର୍ଷ)। ତାଙ୍କ ପୁଅ ମଧୁ ମାରାଣ୍ଡି (୩୬ ବର୍ଷ) ପ୍ରତିଦିନ ନିଶା ସେବନ କରି ବାପାଙ୍କ ଠାରୁ ଟଙ୍କା ମାଗୁଥିଲା। ବାପା ଦେବାକୁ ମନା କଲେ ନିର୍ମମ ଭାବରେ ପିଟୁଥିଲା ବୋଲି ପରିବାର ଲୋକେ କହିଛନ୍ତି। ବୁଧବାର ରାତି ପ୍ରାୟ ୯ ଟା ସମୟରେ ଗୋବିନ୍ଦ ଶୋଇଥିବା ବେଳେ ପୁଅ ମଧୁ ତାଙ୍କ ପାଖରେ ପହଞ୍ଚି ସଜନା ଛୁଇଁ ବିକ୍ରି କରି ରଖିଥିବା ୪୦୦ ଟଙ୍କା ମାଗିଥିଲା।ବାପା ଗୋବିନ୍ଦ ଟଙ୍କା ଦେବାକୁ ମନା କରିଦେବାରୁ ନିଶାସକ୍ତ ପୁଅ ମଧୁ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲା। ରାଗରେ ସେ ଏକ ବାଉଁଶ ବାଡ଼ି ଓ ଲୁହାନଳୀରେ ତାଙ୍କ ବାପାଙ୍କୁ ପିଟି ପିଟି ହତ୍ୟା କରିଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ଏହା ପୂର୍ବରୁ ମଧ୍ୟ ପୁଅ ବାପାଙ୍କ ଭତ୍ତା ଟଙ୍କା ଜବରଦସ୍ତ ଛଡ଼ାଇ ନେଉଥିଲା। ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା।

ଘଟଣା ସମ୍ପର୍କରେ ଖବର ପାଇ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଗୁରୁବାର ପୂର୍ବାହ୍ନ ୧୦ ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ହତ୍ୟାକାରୀ ପୁଅ ମଧୁ ମାରାଣ୍ଡିକୁ ଅଟକ ରଖି ଥାନାକୁ ନେଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

error: Content is protected !!