ଲାଞ୍ଜିପଲ୍ଲୀ ଇସ୍କନ୍ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ*

ଟିଟିଲାଗଡ଼ ରୁ ଓଡିଶା ବ୍ୟୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

ଲାଞ୍ଜିପଲ୍ଲୀ ସ୍ଥିତ ଇସ୍କନ୍ ବ୍ରହ୍ମପୁର – ଶ୍ରୀ ଶ୍ରୀ ରାଧା ରାଧାକାନ୍ତ ମନ୍ଦିରରେ ଶ୍ରୀ ରାମ ନବମୀ ମହୋତ୍ସବ ଖୁବ୍ ହର୍ଷ ଓ ଉଲ୍ଲାସରେ ପାଳିତ ହୋଇଯାଇଛି । ଆଜିର ଏହି ଶୁଭ ପର୍ବରେ ଶ୍ରୀ ଶ୍ରୀ ରାଧା ରାଧାକାନ୍ତ ମହାପ୍ରଭୁଙ୍କୁ ଶ୍ରୀରାମ ଓ ମାତା ସୀତାଙ୍କ ବେଶରେ ସୁସଜ୍ଜିତ କରିବା ସହ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା ।  

                                                                                                       ଏହି ଅବସରରେ ପାଖାପାଖି ୩ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଯୋଗଦେଇ କଥା ଓ କୀର୍ତ୍ତନରେ ଭାଗ ନେବା ସହ ପ୍ରସାଦ ସେବନ କରିଥିଲେ ।

ଏହି ପବିତ୍ର ଓ ମଙ୍ଗଳମୟ ଉତ୍ସବରେ ମନ୍ଦିରର ଅଧ୍ୟକ୍ଷ ଶ୍ରୀପାଦ ପଞ୍ଚରତ୍ନ ପ୍ରଭୁଜୀ ବ୍ୟାସାସନ ଅଳଙ୍କୃତ କରି ରାମାୟଣରେ ବର୍ଣ୍ଣିତ ଭଗବାନ୍ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁଙ୍କ ବିଭିନ୍ନ ଦିବ୍ୟଲୀଳା କଥା ଉପସ୍ଥିତ ଶ୍ରୋତାବୃନ୍ଦଙ୍କୁ ଶ୍ରବଣ କରାଇଥିଲେ । କାର୍ଯ୍ୟକ୍ରମର ସୁନ୍ଦର ସୁପରିଚାଳନା ନିମନ୍ତେ ମନ୍ଦିରର ଅଧ୍ୟକ୍ଷ ସମସ୍ତ ଅନ୍ତେବାସୀ, ନିତ୍ୟ ସେବକ ତଥା ଉପସ୍ଥିତ ସମସ୍ତ ଭକ୍ତବୃନ୍ଦଙ୍କୁ ବିଭିନ୍ନ ସେବାରେ ସହଯୋଗ କରିଥିବା ହେତୁ ଆନ୍ତରିକ ସାଧୁବାଦ ଜଣାଇଥିଲେ ।

ଆଜି ଶ୍ରୀରାମ ନବମୀ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ, ଯାହା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥିରେ ପାଳନ କରାଯାଏ। ଚୈତ୍ର ଶୁକ୍ଳ ନବମୀ ଦିନେ ଏହି ପର୍ବ ହୁଏ, ଯାହାକୁ ରାମନବମୀ ଭାବରେ ପାଳନ କରୁ । ଆଜି ଭକ୍ତମାନେ ଉପବାସ ରହି, ମନ୍ଦିରରେ ପୂଜା, ଭଜନ, କୀର୍ତ୍ତନ ଓ ରାମଚରିତମାନସ ପାଠ କରିବା ଦେଖିବାକୁ ମିଳିଛି।
ଆଜି ର ପର୍ବରେ ଲୋକମାନେ ଘରେ ଓ ମନ୍ଦିରରେ ରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କୁ ପୂଜା କରି, ଧର୍ମପଥରେ ଚାଲିବାର ପ୍ରେରଣା ମିଳିଥାଏ। ତେଣୁ ପ୍ରତ୍ୟେକ ଭକ୍ତ ଆଜି ର ଦିନକୁ ଉତ୍ସାହ ସହ ପାଳନ କରୁଛନ୍ତି।‌ ଅନେକ ମନ୍ଦିର ରେ ମଧ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!