ପୁରୀ ଶ୍ରୀ ମନ୍ଦିର ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଈଁ କଣ୍ଟାମାଳ ରୁ ରଥ  ଗଛ ଅନୁକୂଳ

ଟିଟିଲାଗଡ଼ ରୁ ଓଡିଶା ବ୍ୟୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

କଣ୍ଟାମାଳ: ପୁରୀରେ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ରୁ ୨୦୦ ଖଣ୍ଡ ଅସନ ଧଉରା ଫାସୀ ଓ ସିମିଲି ପ୍ରଜାତିର ଗଛ ରଥ କାଠ ପାଇଁ ଯିବ l ବୌଦ୍ଧ ବନଖଣ୍ଡର ହରଭଙ୍ଗା ବ୍ଲକର ମାଧପୁର ଓ ପୁରୁନାକଟକ ବୌଦ୍ଧ ବ୍ଲକର ବୌଦ୍ଧ କଣ୍ଟାମାଳ ଓ ମନମୁଣ୍ଡା ରେଞ୍ଜ ର ବିଭିନ୍ନ ଜଙ୍ଗଲରୁ ଗଛ ଯିବା ପାଇଁ ସ୍ଥିର କରାଯାଇଛି l ଆଜି କଣ୍ଟାମାଳ ରେଞ୍ଜ ତିଲେଇମାଲ ଗ୍ରାମ ନିକଟବର୍ତ୍ତୀ ପାଢେଲ ସଂରକ୍ଷୀତ ଜଙ୍ଗଲରୁ ଗଛ କଟା ଶୁଭାରମ୍ଭ କରାଯାଇଛି l ଆଜି କଣ୍ଟାମାଳ ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରୀତିନୀତି ଅନୁଯାୟୀ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଥିଲା l ବୃକ୍ଷ ପୂଜା କରି ଗଛ କଟାର ଶୁଭାରମ୍ଭ କରାଯାଇଛି l କଣ୍ଟାମାଳ ରେଞ୍ଜ ରୁ ୩୦ଖଣ୍ଡ ଅସନ ଓ ଧୌରା ଗଛ କଟା ହୋଇ ପୁରୀ ଯିବ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *

error: Content is protected !!