ଶେଷ ନିଶ୍ୱାସ ଥିବା ଯାଏଁ ଟିଟିଲାଗଡ଼ ଅଂଚଳ ର ସେବା ଜାରୀ ରହିବ -ଟୁକୁନି ସାହୁ ବିଜେଡି କର୍ମୀ ଙ୍କ ମନରେ ଭରିଲେ ଉତ୍ସାହ*

ଟିଟିଲାଗଡ଼ ରୁ ଓଡିଶା ବ୍ୟୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

ଟିଟିଲାଗଡ଼….ଟିଟିଲାଗଡ଼ ବିଜୁ ଜନତାଦଳ ର କାର୍ଯ୍ୟାଳୟ ରେ ମଙ୍ଗଳବାର ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଏହି ବୈଠକ ରେ ଯୋଗ ଦେଇ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଭରି ଦେବା ସହିତ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିକାଶ ତଥା ଉନ୍ନତି ନେଇ ପୂର୍ବରୁ ଯେଭଳି ତାଙ୍କ ଉଧ୍ୟମ ଜାରୀ ରହିଥିଲା ଆଗକୁ ମଧ୍ୟ ସେହିଭଳି ତାଙ୍କ ପ୍ରୟାସ ଜାରୀ ରହିଥିବ ବୋଳି କହିବା ସହିତ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଏହି ଅଞ୍ଚଳ ର ସମସ୍ତ ପ୍ରକାର ସେବା ତଥା ସହଯୋଗ କରିଚାଲିଥିବେ ବୋଳି ଦୃଢୋକ୍ତି ପ୍ରକାଶ କରିଛନ୍ତି l ନିଜ ବିଧାୟକ ସମୟ ତଥା କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ଟିଟିଲାଗଡ଼ ସହର, ଟିଟିଲାଗଡ଼ ବ୍ଲକ,

ସଇଁତଲା ବ୍ଲକ, ଗୁଡ଼ଭେଳା ବ୍ଲକ ଏବଂ ତୁଷୁରା ଏନ ଏ ସି ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକରିଥିବା ବେଳେ ତାଙ୍କ କାର୍ଯ୍ୟକାଳ ସମୟରେ ଟିଟିଲାଗଡ଼ ସହର ଓଭରବ୍ରିଜ, ମାତୃ ଶିଶୁ ଡାକ୍ତରଖାନା, ଉପଖଣ୍ଡସ୍ତରୀୟ ମୁଖ୍ୟ ଚିକିତ୍ସାଳୟ, ତୁଷୁରା କୁ ନୃତନ ଏନ ଏ ସି ମାନ୍ୟତା, ତେଲନଦୀ, ଉନ୍ଦେର ନଦୀ, ଲାଂଥ ନଦୀ ମାନଙ୍କ ଉପରେ ସେତୁ ନିର୍ମାଣ, ମହାରାଜ ସାଗର ଉନ୍ନତିକରଣ,କୁମୁଡାପାହାଡ଼ ଉନ୍ନତିକରଣ, ମିଶନ ଶକ୍ତି ହାଟ ନିର୍ମାଣ, ମିଶନଶକ୍ତି କାଫେ,ଦେଓବନ୍ଦ ର ଉନ୍ନତି କରଣ, ସହିତ କୁମୁଡା ପାହାଡ଼ କୁ ପର୍ଯ୍ୟଟନସ୍ଥଳ ର ମାନ୍ୟତା, କଲ୍ୟାଣ ମଣ୍ଡପ, ବିଭିନ୍ନ ଅନୁଷ୍ଠାନ ର

ଅଫିସଗୃହ, କ୍ଳବ, ମନ୍ଦିର, ମସଜିଦ, ଚର୍ଚ୍ଚ,ରାସ୍ତାଘାଟ ର ଉନ୍ନତି କରଣ, ପ୍ରତି ଗାଁକୁ ପାନୀୟଜଳ ଯୋଗାଣ ସହ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ମାନ ଲୋକଙ୍କ ପାଇଁ କରିଥିବା ବେଳେ ଆଗକୁ ମଧ୍ୟ ଲୋକଙ୍କ ପାଇଁ ଲୋକଙ୍କ ସମସ୍ୟା ପାଇଁ ଲଢେଇ ଜାରୀ ରହିଥିବ ବୋଳି କହିଛନ୍ତି l ରାଜେଶ ପ୍ରଧାନ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ ରେ ଟୁକୁନି ସାହୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଡବଲ ଇଂଜିନ ସରକାର ସମ୍ପୂର୍ଣ ଭାବରେ ରାଜ୍ୟରେ ଫେଲ ମାରିଥିବା ବେଳେ ଏବେ ରାଜ୍ୟରେ ଗୁଣ୍ଡାଗର୍ଦୀ, ବିପର୍ଯ୍ୟସ୍ଥ ଆଇନ ସେବା, ବିଧାୟକ ସର୍ବ ସମ୍ମୁଖରେ ଫାଙ୍କା ଗୁଳି ଚାଳନା କରିବା

ଅତ୍ୟନ୍ତ ନିନ୍ଦନୀୟ ଘଟଣା ହୋଇଥିଲେ ବି ରାଜ୍ୟ ସରକାର ନୀରବ, କେବେଳ ବିଜେଡି ସରକାର ଙ୍କ ଯୋଜନା ଗୁଡିକୁ ନାମ ପରିବର୍ତ୍ତନ କରିବା, ରଙ୍ଗ ବଦଳାଇବା ଛଡା ଆଉ କାମ ନାହିଁ ବୋଳି ଟୁକୁନି ସାହୁ କହିଛନ୍ତି l ଆଗାମି ଦିନରେ ସମଗ୍ର ରାଜ୍ୟରେ ଏବେ ଡବଲଇଂଜିନ ସରକାର ବିରୋଧ ରେ ପ୍ରବଳ ଜନଅସନ୍ତୋଷ ବଢିବା ସହିତ ଶାସନଗଦି ରୁ ଉପାଡିଫିଙ୍ଗିବା ସହିତ ପୁଣି ବିଜେଡି ସରକାର ଏବଂ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ର ପ୍ରତୀକ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଳି ଉପସ୍ଥିତ ବିଜେଡି ନେତା ଗଣ ଜ୍ଞାନରଞ୍ଜନ ସରାଫ, ରଣଜିତ ପୃଷ୍ଟି, ପୌରପରିଷଦ ଉପାଧ୍ୟକ୍ଷl  ପୁଷ୍ପା ମଞ୍ଜରୀ ଜାଲ,ପୂର୍ବତନ ନଗରପାଳ ଗୋବର୍ଧନ ନାଗ, ସୁବ୍ରତ ନାଗ ପ୍ରମୁଖ ମତପ୍ରକାଶ କରିଥିଲେ l ଏହି ବୈଠକ ରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ସଭା

ନେଇ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ସହିତ ଜନଗଣନା କାର୍ଯ୍ୟକ୍ରମକୁ କିଭଳି ସ୍ୱଚ୍ଛ, ମୁକ୍ତ ଏବଂ ଅବାଧ ରେ ପରିଚାଳନା କରାଯିବ ସେ ନେଇ କର୍ମୀ ମାନଙ୍କୁ ସଜାଗ ହେବା ସହିତ ସମସ୍ତ କାର୍ଯ୍ୟକ୍ରମ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଆହ୍ୱାନ କରିଛନ୍ତି ଟୁକୁନି ସାହୁ l ଭୋଟ ଚୋର, ଇଭିଏମ ଘୋଟଲା ରେ ମାଷ୍ଟର ମାଇଣ୍ଡ ଥିବା ବିଜେପି ସରକାର ର ଆଉ କୌଣସି ରଣନୀତି ଆଗକୁ କାମ ଦେବ ନାହିଁ ବୋଳି ବିଜେଡି ନେତାଗଣ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅରୁଣ ମିଶ୍ର, ଲାଲା ବର୍ମା, ପ୍ରେମଚନ୍ଦ ଜୈନ, ପୁରୁଷୋତ୍ତମ ଜୈନ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!