ଥୁଆପଦର ଉ.ପ୍ରା. ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା, ୫/୪ (କିଶନ ଶର୍ମା)- ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତୀ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ, ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ତପିମଣି ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ଜଗଦିଶ ଚନ୍ଦ୍ର ମୁଣ୍ଡ, ହୃଷିକେଷ ନାଏକ, ଜିଲ୍ଲା କୋଡିନେଟର ଶ୍ରଦ୍ଧା ଦାସ, ସରପଞ୍ଚ ଦିଗାମ୍ବର ଲୋହା, ପ୍ରଧାନ ଶିକ୍ଷକ ଏମ୍‌. ନାଗେଶ୍ୱର ରାଓ ଦୋରା, ସଭାପତି ନବିନ କିଶୋର ଭୋଇ, କ୍ଲଷ୍ଟର ସିଆର୍‌ସିସି ସୂର୍ଯ୍ୟନାରାୟଣ ମହାନ୍ତି ମଞ୍ଚାସୀନ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଅଧ୍ୟକ୍ଷତାରେ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଚାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ତପିମଣି ଭୋଇ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲାପାଳଙ୍କ ଅଭିଭାଷଣ ପରେ ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ପୋଷାକ, ଟୋପି, ବେଗ୍ ପ୍ରଦାନ କରି ଶିଶୁମାନଙ୍କୁ ଧରି ଜିଲ୍ଲାପାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସମସ୍ତ ଅତିଥିଙ୍କ ଦ୍ୱାରା ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପରେ ଗ୍ରାମର ୬ ଜଣ ବୁଦ୍ଧିଜୀବିଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଜିଲ୍ଲାପାଳ ଶିକ୍ଷା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଆୟୋଜିତ ତିନୋଟି ଷ୍ଟଲ ତଥା ରଙ୍ଗ ପସରା, ଖେଳ ଘର, ଗପ ରାଇଜକୁ ଉଦ୍‌ଘାଟନ କରିଥିଲେ। ମଞ୍ଚରେ ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏମ୍‌. ନାଗେଶ୍ୱର ରାଓ ଦୋରାଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ କୃତ୍ତି ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲା କୋଡିନେଟର ଶ୍ରଦ୍ଧା ଦାସ ତଦାରଖ କରିଥିଲେ। ଦୀପ୍ତିମୟୀ ସିଂ ମଞ୍ଚ ପରିଚାଳନା କରିଥିଲେ।, ଭବାନୀପାଟଣା ବ୍ଲକର ସମସ୍ତ ଶିକ୍ଷକ, ସିଆର୍‌ସିସି ଉପସ୍ଥିତଥିଲେ। ଶେଷରେ ଜଗଦିଶ ଚନ୍ଦ୍ର ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!