ବେପରୁଆ ବସ୍ ଚାଳକ ଥାନା ରେ ଅଟକ |

ରାଇରଙ୍ଗପୁର : ବାଇକ କୁ ପ୍ରାୟ ୨୦୦ ମିଟର ଘୋଷାଡି ନେଲା ସ୍କୁଲ ବସ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସ ରେ ଥିବା ଛାତ୍ରଛାତ୍ରୀ। ଏପରି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବା ରେ। ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୦.୩୦ ସମୟରେ ଅଁଳାଡୁବା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସ୍କୁଲ ବସ୍ ଟି ଛାତ୍ରଛାତ୍ରୀ ଙ୍କୁ ନେଇ ରାଇରଙ୍ଗପୁର ବଜାର ପଟକୁ ଯାଉଥିଲା। ହେଲେ ଅଁଳାଡୁବା ସ୍ଥିତ ପିଏଚଡ଼ି ଅଫିସ ନିକଟରେ ରାସ୍ତା ଉପରେ ଛିଡା ହୋଇଥିବା ଏକ ବାଇକ କୁ ଧକ୍କା ଦେଇ ପ୍ରାୟ ୨୦୦ ମିଟର ଘୋଷାଡି ନେଇଥିଲା। ସୌଭାଗ୍ୟ ବଶତଃ ବାଇକ ରେ ନିଆଁ ଲାଗି ନ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଥିବା ଛାତ୍ରଛାତ୍ରୀ। ତେବେ ଡ୍ରାଇଭର କୁ ବାନ୍ଧି ଅଟକ ରଖିଥିଲେ ଗ୍ରାମବାସୀ । ପରେ ପୋଲିସ କୁ ହସ୍ତାନ୍ତର କରା ଯାଇଥିଲା। ତେବେ ଖାମଖିଆଲି ମନୋଭାବ ଯୋଗୁଁ ରାସ୍ତା ଉପରେ ବାଇକ ସବୁ ରଖିବା ସହିତ ବେପରୁଆ ଗାଡି ଚଳାଇବା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *

error: Content is protected !!