ଭଦ୍ରକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୂହିକ ବିବାହ: ୨୫ ଯୋଡ଼ା ହେବେ ଏକାକାର |

ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ଆସନ୍ତା ୨୧ ଏପ୍ରିଲ ୨୦୨୬ ରିଖରେ ଭଦ୍ରକ ସହିଦ ସ୍ମୃତି ଭବନଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ ୨୫ ଯୋଡ଼ା ବର-କନ୍ୟା ବୈଦିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହେବେ।

ଏହି ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ ୬୦,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ। ସେଥିମଧ୍ୟରୁ ୪୫,୦୦୦ ଟଙ୍କା ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାକୁ (DBT) ପଠାଯିବ ଏବଂ ବାକି ୧୫,୦୦୦ ଟଙ୍କା ବିବାହ ଖର୍ଚ୍ଚ ପାଇଁ କାର୍ଯ୍ୟକାରୀ ସଂସ୍ଥାକୁ ପ୍ରଦାନ କରାଯିବ। ନବଦମ୍ପତିଙ୍କୁ ଏକ ସୁଖମୟ ଜୀବନ ପ୍ରଦାନ କରିବା ଲକ୍ଷ୍ୟରେ ସରକାରଙ୍କର ଏହା ଏକ ପ୍ରଶଂସନୀୟ ପଦକ୍ଷେପ।

Leave a Reply

Your email address will not be published. Required fields are marked *

error: Content is protected !!