ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି |

ଲାଞ୍ଜିଗଡ,୨୬/୪ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଜେପୁର ପୋଲିସ I ଅଭିଯୁକ୍ତ ଜଣକ ବିଜେପୁର ଥାନା ଅନ୍ତର୍ଗତ ଗୋପିଗୁଡା ଗ୍ରାମର କୁମର ନାଏକ (୨୫) ଅଟେ I ସୂଚନାନୁସାରେ ନାବାଳିକା ଜଣକ ନବମ ଶ୍ରେଣୀରେ ପଢୁଥିଲା ବେଳେ ଦୁହିଁଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା I ଗତ ୨୧ ଅକ୍ଟବର ୨୦୨୪ ମସିହାରେ ଦୁଇଜଣ ମିଶି ଭୁବନେଶ୍ୱର ବୁଲିବାକୁ ଯାଇଥିବା ବେଳେ ପରିବାର ଲୋକେ ଜାଣିପାରି ଉଭୟଙ୍କୁ ସେଠାରୁ ଫେରାଇ ଆଣି ଝିଅ ନାବାଳିକା ଥିବା ନେଇ ଉଭୟଙ୍କୁ ବହୁତ ବୁଝାସୁଝା କରିଥିଲେ I ଶେଷରେ କୁମର ୨୩ ଅକ୍ଟବର ୨୦୨୪ ରେ ବାଙ୍ଗାଲୋର ପଳାଇଥିଲା ଏବଂ ସେଠାରେ ରହି କୌଣସି ଜାଗାରେ ସିକୁରିଟି ଗାର୍ଡ ଭାବେ କାମ କରୁଥିଲା I କୁମର ଓ ଝିଅ ଉଭୟଙ୍କ ମଧ୍ୟରେ ଫୋନ ଯୋଗେ ଯୋଗାଯୋଗ ରହୁଥିଲା I ଗତବର୍ଷ ୧ ଜାନୁୟାରୀ ୨୦୨୫ ରାତିରେ ଝିଅ ନୂଆବର୍ଷ ପାଳନ କରୁଥିଲା ବେଳେ କୁମର ନାଏକ ଗାଁକୁ ଆସିଥିଲା ଝିଅ ପାଖକୁ ଯାଇଥିଲା I ଉଭୟେ ସେଦିନ କଥାବାର୍ତ୍ତା ହେଲାପରେ କୁମର ଝିଅକୁ ବାହାହେବା ପ୍ରଲୋଭନ ଦେଖାଇଥିଲା ଏବଂ ସେହି ଦିନ ରାତିରେ ଦୁହେଁ ଗାଁ ଛାଡି ବାଙ୍ଗାଲୋର ପଳାଇଥିଲେ I ଝିଅର ବାପା ଘରୁ ପଳାଇଥିବା ଦେଖି ସେ ତାଙ୍କର ସମସ୍ତ ସମ୍ପର୍କୀୟ ମାନଙ୍କ ଘରଗୁଡିକୁ ଯୋଗାଯୋଗ କରି ବହୁତ ଖୋଜାଖୋଜି କରିବା ପରେ କେଉଁଠି ମଧ୍ୟ ଝିଅକୁ ପାଇଲେ ନାହିଁ I ଶେଷରେ ଝିଅର ବାପା ଝିଅକୁ ନପାଇ ଜାଣିବାକୁ ପାଇଲାଯେ ଝିଅ କୁମାର ସାଙ୍ଗରେ ପଳାଇଥିବା ଜାଣିପାରି ୯ ଜାନୁୟାରୀ ୨୦୨୫ ରେ ବିଜେପୁର ଥାନାରେ କୁମର ତାଙ୍କ ଝିଅକୁ ନେଇ ଯାଇଥବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ I ବିଜେପୁର ପୋଲିସ ନାବାଳିକା ପିତାଙ୍କ ଅଭିଯୋଗ ଆଧାରରେ ବିଜେପୁର ଥାନା କେଶ ନମ୍ବର ୨/୨୫ ରେ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ I ଅଭିଯୁକ୍ତ କୁମର ନାବାଳିକାକୁ ନେଇ ବାଙ୍ଗାଲୋର ପଳାଇଥିବା ବେଳେ ମୋବାଇଲ ବନ୍ଦ କରିଦେଇଥିଲା I ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିଥିବା ବେଳେ ସେ ଗର୍ଭବତୀ ହୋଇଯାଇଥିବା ସୂଚନା I ୨୪ ତାରିଖ ଶୁକ୍ରବାର ଦିନ କୁମର ଓ ନାବାଳିକା ଉଭୟେ ନିଜଘର ଗୋପିଗୁଡା ଗ୍ରାମକୁ ଆସିଥିଲେ I କୌଣସି ସୂତ୍ରରୁ ଖବର ପାଇ ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନି ଙ୍କ ନେତୃତ୍ୱରେ ପୋଲିସ ବଳ ସହିତ ଗୋପିଗୁଡା ଗ୍ରାମକୁ ଯାଇ ଉଭୟଙ୍କୁ ଧରି ଥାନାକୁ ଆଣି ପଚରା ଉଚୁରା କରିଥିଲେ I ତଦନ୍ତ ପରେ ଜଣାପଡିଲାଯେ ବାହାଘର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ବେଳେ ନାବାଳିକା ଜଣକ ବର୍ତ୍ତମାନ ଗର୍ଭବତୀ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I ଶୁକ୍ରବାର ଲାଞ୍ଜିଗଡ ଠାରେ ଅଭିଯୁକ୍ତ କୁମରର ଡାକ୍ତରୀ ପରୀକ୍ଷା କରାଯାଇ ବିଜେପୁର ଥାନାକୁ ନେଇଥିବା ବେଳେ ନାବାଳିକା ପୀଡିତାକୁ ଭବାନୀପାଟଣା ଠାରେ ଡାକ୍ତରୀ ପରୀକ୍ଷା କରାଯିବା ପରେ ଏଡିଏସଜେ କମ୍ ପୋସ୍କୋ କୋର୍ଟ ଭବାନୀପାଟଣାରେ ହାଜର କରାଯାଇଥିଲା ଏବଂ ନାବାଳିକାକୁ ସୁଧାର ଗୃହରେ ଛଡ଼ାଯାଇଥିଲା I ଏ ନେଇ ବିଜେପୁର ଥାନା କେଶ ନଂ-୨ ତାରିଖ ୯/୧/୨୫ ଅନୁଯାୟୀ ୧୩୭(୨) ବିଏନଏସ ଧାରା ୧୩୭(୨)/୬୪(୨)(ଏମ୍) ବିଏନଏସ/ଆର/ଡବ୍ଲୁ ଧାରା ୬ ପୋସ୍କୋ ଆକ୍ଟରେ ଗିରଫ କରାଯାଇ ଶନିବାର ଅଭିଯୁକ୍ତ bକୁମରକୁ କୋର୍ଟ ଚାଲାଣ କରାଯାଇଥିବା ବିଜେପୁର ଥାନାଧିକାରୀ ନୀଳାମ୍ବର ଯାନୀ ପ୍ରକାଶ କରିଛନ୍ତି I

(କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରୁ ସ୍ୱତନ୍ତ୍ର ପ୍ରତିନିଧି ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ଲାଇଭ)

Leave a Reply

Your email address will not be published. Required fields are marked *

error: Content is protected !!