ଟିଟିଲାଗଡ଼ ରୁ ଓଡିଶା ଵିୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ – ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ଆସିବା ପରେ ବିକାଶ ମୂଳକ କାର୍ଯ୍ୟ ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଜେପି ବିଧାୟକ ଭାବେ ନବୀନ ଜୈନ ବିଜୟୀ ହେବା ପରେ ଏବେ ବିକାଶ କଥା କହୁଚି। ବିଧାୟକଙ୍କ ବିକାଶ ମୂଳକ କାର୍ଯ୍ୟ ଦେଖି ତଥା ତାଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଅଂଶୀଦାର ହୋଇ ନିଜ ଅଞ୍ଚଳର ବିକାଶରେ ଯୋଡ଼ି ହେବା ପାଇଁ ରବିବାର ସକାଳେ ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଟିଟିଲାଗଡ ନିକଟସ୍ଥ ଭାଲେ ଗାଁ ଗ୍ରାମ ପଞ୍ଚାୟତର ପଚାଶରୁ ଉର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସ କର୍ମୀ ମାନେ ବିଜେପିରେ ସାମିଲ ହୋଇଛନ୍ତି, ସେମାନେ ହେଲେ ଗୁର୍ଜିଭଟା ଓ ବାଗଡେର ଗ୍ରାମର, ଦୀନବନ୍ଧୁ ଭୋଇ,ମଦନ ଭୋଇ, ଗୁଣମନି ଚନ୍ଦନ, କାନିଜୁରୀ, ପିଙ୍କୁ ଚନ୍ଦନ, କାନିଜୁରୀ, ଉପେନ୍ଦ୍ର ଗହୀର,, ଦୀନବନ୍ଧୁ କଟା, ସନ୍ତ କଟା, ଦେବ କଟା।ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟିର ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।
ଟିଟିଲାଗଡ଼ ରୁ ଓଡିଶା ଵିୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ
