ସୂର୍ଯ୍ୟଙ୍କ ପ୍ରଖର କିରଣରେ ଜଳୁଛି ଓଡ଼ିଶା |

ଭୁବନେଶ୍ୱର, ୨୧/୦୫: ଅସହ୍ୟ ତାତି। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ଓଡ଼ିଶା। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୧ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ମୁଣ୍ଡଫଟା ଖରାରେ ତାତିକୁ ଗୁଳୁଗୁଳି ସତେ ଯେପରି ଜନସାଧାରଣଙ୍କ ଉପରେ ଦାଉ ସାଧୁଛି। ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରୁ ରକ୍ଷା ପାଇବା ପାଇଁ ଲୋକେ ତ୍ରାହି ତ୍ରାହି ଡାକିଲେଣି।

ଆଜି ତାପମାତ୍ରା ଏତେ ଅଧିକ ଯେପରି ଆକାଶରୁ ନିଆଁ ପିଣ୍ଡୁଳା ବର୍ଷା ହେଉଛି। ଆଜି ଅପରାହ୍ନ ୨ଟା ୩୦ ସୁଦ୍ଧା ପଶ୍ଚିମରେ ୪୪ ଡିଗ୍ରୀ ପାର୍ କରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୧ ଡିଗ୍ରୀ ସେଲସିୟସ ପାର୍‌ କରିଛି ତାପମାତ୍ରା।ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୪.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି। ହୀରାକୁଦରେ ୪୪ ଡିଗ୍ରୀ ଛୁଇଁଛି ତାପମାତ୍ରା। ସେହିପରି ଭୁବନେଶ୍ବର ତାପମାତ୍ରା ୪୧.୬ ଡିଗ୍ରୀ ହୋଇଥିବା ବେଳେ କେନ୍ଦୁଝର ୪୦.୮ ଓ ରାଉରକେଲାରେ ୪୦.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି।

ଭୁବନେଶ୍ଵରରେ କାଲି ତୁଳନାରେ ଆଜି ୫.୪ ଡିଗ୍ରୀ ବଢ଼ିଲା ପାରଦ। କାଲି ଏହି ସମୟରେ ୩୬.୨ ଡିଗ୍ରୀ ରେକର୍ଡ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!