ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର |

ଶନିବାର ସାରା ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନାର ନିରନ୍ତର ଚାପ ମଧ୍ୟରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଏହି ମାସରେ ଖୁଚୁରା ଇନ୍ଧନ ମୂଲ୍ୟରେ ଏହା ତୃତୀୟ ଥର ବୃଦ୍ଧି ଘଟିଛି।

ପିଟିଆଇ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୭ ପଇସା ବୃଦ୍ଧି ପାଇଛି, ଯାହା ୯୮.୬୪ ଟଙ୍କାରୁ ୯୯.୫୧ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଡିଜେଲ ଦର ୯୧ ପଇସା ବୃଦ୍ଧି ପାଇ ୯୧.୫୮ ଟଙ୍କାରୁ ୯୨.୪୯ ଟଙ୍କାକୁ ହୋଇଛି।ଗୁଜବ ସତ୍ତ୍ୱେ, ଭାରତରେ ପର୍ଯ୍ୟାପ୍ତ ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ଅଛି ବୋଲି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରତିଶ୍ରୁତି ଦେବାର ଗୋଟିଏ ଦିନ ପରେ ଏହି ମୂଲ୍ୟ ବୃଦ୍ଧି କରାଯାଇଛି।

ଦିଲ୍ଲୀରେ କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ୍ (CNG) ମୂଲ୍ୟ କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି କରାଯାଇଛି। ସିଏନଜି ଏବେ କିଲୋଗ୍ରାମ ପିଛା ୮୧.୦୯ ଟଙ୍କାରେ ବିକ୍ରି ହେଉଛି।

ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୬.୩୩ ଟଙ୍କା ଓ ଡିଜେଲ ଦାମ୍ ୯୭.୯୨ ଟଙ୍କା ହୋଇଛି। ପୂର୍ବରୁ ପେଟ୍ରୋଲ ୧୦୫.୪୪ ଟଙ୍କା ଡିଜେଲ ୯୬.୯୫ ଟଙ୍କା ଥିଲା। ସ୍ପିଡ୍ ପେଟ୍ରୋଲ ୧୧୫.୪୭ ଟଙ୍କା ହୋଇଛି। ପୂର୍ବରୁ ଏହାର ଦାମ୍ ଥିଲା ଲିଟର ପିଛା ୧୧୪.୫୬ ଟଙ୍କା ଥିଲା।

Leave a Reply

Your email address will not be published. Required fields are marked *

error: Content is protected !!