ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |

ନୂଆଦିଲ୍ଲୀ : ଦିଲ୍ଲୀର ବାରଖମ୍ଭା ରୋଡ୍ ସ୍ଥିତ ଏକ ଫାଇଭ୍ ଷ୍ଟାର ଲଗଜରୀ ହୋଟେଲ୍ ବିରୋଧରେ ଫୁଡ୍ ପଏଜନିଂର ଅଭିଯୋଗରେ ପୁଲିସ କେସ୍ ରୁଜୁ କରିଛି। ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ହୋଟେଲରେ ପରଷା ଯାଉଥିବା ଖାଦ୍ୟ ପରେ ତାଙ୍କର ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା , ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା।

୩୩ ବର୍ଷିୟ ମହିଳାଙ୍କ ପକ୍ଷରୁ ପିସିଆର କଲ୍ ମିଳିବା ପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି।

ପୁଲିସ୍ ମୁତାବିକ , ମହିଳାଙ୍କ ବୟାନ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୬ ଅନୁସାରେ ହୋଟେଲ୍ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ଏହି ଧାରା ବିଷାକ୍ତ ପଦାର୍ଥ ସହ ଜଡ଼ିତ ବେପରୁଆ ମାମଲା ଯୋଗୁଁ ଲଗାଯାଇଛି। ମହିଳା କହିଛନ୍ତି ଯେ, ସେ ୨୦ ଜାନୁଆରୀରେ ହୋଟେଲରେ ଚେକ୍ ଇନ୍ ହୋଇଥିଲେ। ତାଙ୍କର ବୁକିଂ ୩୧ ଜାନୁଆରୀ ଯାଏ କରିଥିଲେ। ୨୪ ଜାନୁଆରୀରେ ସେ ହୋଟେଲରୁ ରୁମ୍ ସର୍ଭିସ ମାଧ୍ୟମରେ ଖାଦ୍ୟ ଅର୍ଡର କରିଥିଲେ।

ଖାଦ୍ୟ ଖାଇବାର କିଛି ସମୟ ପରେ ତାଙ୍କର ସ୍ୱାସ୍ଥ୍ୟ ଖୁବ୍ ଖରାପ ହେବାକୁ ଲାଗିଲା ଏବଂ ସେ ନିଜକୁ ଅସହଜ ଅନୁଭବ କଲେ। ମହିଳା ଜଣଙ୍କ ଏହି ମଧ୍ଯ ଅଭିଯୋଗ କରିଥିଲେ ଯେ, ତାଙ୍କୁ ତାଙ୍କ ହୋଟେଲ ରୁମ୍‌ରେ ବନ୍ଦ କରିଦିଆ ଯାଇଥିଲା, ଏହାପରେ ସେ ସାହାଯ୍ୟ ପାଇଁ ପିସିଆରକୁ କଲ୍ କରିଥିଲେ। ସୂଚନା ପାଇବା ପରେ ଜଣେ ମହିଳା ସବ୍-ଇନସ୍ପେକ୍ଟରଙ୍କ ସହ ପୁଲିସ ଟିମ୍ ହୋଟେଲର ୧୨ତମ ମହଲା ରେ ଥିବା ତାଙ୍କ ରୁମ୍‌ରେ ପହଞ୍ଚି ଥିଲେ।

ବାରମ୍ୱାର ଡୋର୍ ବାଡେଇବା ସତ୍ତ୍ୱେ ଯେବେ କୌଣସି ପ୍ରତିକ୍ରିୟା ମିଳି ନଥିଲା , ହୋଟେଲ ଷ୍ଟାଫ୍‌ ଉପସ୍ଥିତିରେ ମାଷ୍ଟର ଚାବିରେ ଡୋର୍ ଖୋଲା ଗଲା । ପୁଲିସ କହିଛି ଯେ, ମହିଳାଙ୍କୁ ଚିକିତ୍ସା ପାଇଁ ଲେଡି ହାର୍ଡିଂ ମେଡିକାଲ କଲେଜ୍ ହସ୍ପିଟାଲକୁ ନିଆଗଲା। ସେଠାରେ ଡାକ୍ତରତାଙ୍କୁ ଅବଜର୍ଭେସନରେ ରଖିଛନ୍ତି। ତାଙ୍କର ସ୍ଥିତି ଉପରେ ମେଡିକାଲ ଟିମ୍ ବାରମ୍ୱାର ନଜର ପକାଇଛନ୍ତି।

ଅନ୍ୟପଟେ ଏହି ମାମଲାରେ ଯାଞ୍ଚ ମୁତାବିକ , କ୍ରାଇମ୍ ଟିମ୍ ହୋଟେଲ ରୁମ୍ର ତଲାସୀ ନେଇଛନ୍ତି. ଏହି ସମୟରେ ୧୬ଟି ଭିନ୍ନ ଭିନ୍ନ ଜିନିଷ ଜବତ କରାଯାଇଛି। ଯେଉଁଥିରେ ସନ୍ଦିଗ୍ଧ ଖାଦ୍ୟ ଓ ଲିକ୍ୱିଡ୍ ସଂପର୍କିତ ଜିନିଷ ସାମିଲ ଥିଲା। ପୁଲିସର କହିବାନୁସାରେ ମହିଳାଙ୍କ ପ୍ରକୃତ ରୋଗ ବିଷୟରେ ଜାଣିବା ପାଇଁ ଯାଞ୍ଚ ଜାରି ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!