ଭୁବନେଶ୍ୱର, ରାଜ୍ୟରେ ସୁରୁଖୁରୁରେ
ଖରିଫ ଧାନ କିଣା ଚାଲିଥିବା ନେଇ
ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି,
ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର
ଆଦି ଜିଲ୍ଲାରେ ଧାନ କ୍ରୟ ସରି
ଆସିଲାଣି। ଦିନେ ଦୁଇଦିନରେ ଧାନ
କିଣା ସମ୍ପୂର୍ଣ୍ଣ ସରିଯିବ। ସେହିଭଳି
ଜାନୁଆରୀ ୨୭ ସୁଦ୍ଧା ସରକାର ୩୭
ଲକ୍ଷ ୯୧ ହଜାର ୨୨୫ ମେଟ୍ରିକ୍
ଟନ୍ ଧାନ କିଣା ସାରଛନ୍ତି। ଏ
ବାବଦରେ ସରକାର ଚାଷୀଙ୍କ
ଆକାଉଣ୍ଟରେ ୮ ହଜାର କୋଟିରୁ
ଅଧିକ ଟଙ୍କା ପୈଠ କରିଛନ୍ତି। ୩୦
ଜିଲ୍ଲାରେ ଧାନ କିଣା ଜାରି ରହିଛି।
ପୂର୍ବ ସରକାର କ୍ୱିଣ୍ଟାଲ୍ ପିଛା ୧୦୦
ଟଙ୍କା ଦେବେ କହି ଦେଇ
ପାରିନଥିଲେ। ଆମେ କହିଥିଲୁ, ଆମ
ସରକାର ଦେଢ଼ବର୍ଷ ହେଲା ୩୧୦୦
ଟଙ୍କା ଦେଉଛି। ସରକାରଙ୍କ ସହ ଚାଷୀ
ରହିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ
କୃଷ୍ଣଚନ୍ଦ୍ର ପାତ୍ର। ଧାନ କିଣାରେ କ୍ୟାପିଂ
ବ୍ୟବସ୍ଥା ନେଇ ମନ୍ତ୍ରୀ କହିଛନ୍ତି, ବଡ଼
ଚାଷୀ ଅଧିକ ଧାନ ବିକ୍ରି କରିପାରିବେ
ନାହିଁ, ଏହା ସତ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ
ଉପରେ ତାହା ନିର୍ଭର କରୁଛି। ରାଜ୍ୟରେ
ବଡ଼ ଚାଷୀ ମାତ୍ର ଦେଢ଼ ପ୍ରତିଶତ,
ସରକାର ବିଚାର କରୁଛନ୍ତି। ରାଜ୍ୟରେ
୯୮.୫ ପ୍ରତିଶତ ଛୋଟ ଚାଷୀ ଅଛନ୍ତି।
ସେମାନେ ଏହି କ୍ୟାପିଂ ବ୍ୟବସ୍ଥା ଦ୍ୱାରା
ପ୍ରଭାବିତ ହେବେ ନାହିଁ। ତଥାପି ବଡ଼
ଚାଷୀଙ୍କ କଥା ସରକାର ବିଚାରାଧୀନ
ରଖିଛନ୍ତି। ଧାନ କିଣା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ
ଚାଲିବ। ହୁଏତ ଆଉ କିଛି ନିଷ୍ପତ୍ତି
ନିଆଯାଇପାରେ, ତେଣୁ ଅପେକ୍ଷା କରନ୍ତୁ।
ସେହିଭଳି ଟେକ୍ନୋଲୋଜିର ବ୍ୟବହାର
କରିବା ଯୋଗୁଁ ଧାନ ଚାଷ ଜାଲିଆତି
ଜଣାପଡୁଛି। ସାଟେଲାଇଟ୍ ମାଧ୍ୟମରେ
ଚିତ୍ର ଉତ୍ତୋଳନ କରାଯାଉଛି, ସେଥିରୁ
ସବୁ ଜଣା ପଡ଼ିଯାଇଛି। କେଉଁଠି ରାସ୍ତା,
କେଉଁଠି ନଦୀ, କେଉଁଠି ପୋଖରୀ
ରେଜିଷ୍ଟ୍ରେସନ୍ ହୋଇଛି। ଜମିରେ ଚାଷ
ନକରି ଧାନ ବିକ୍ରି ପାଇଁ ପଞ୍ଜୀକରଣ
କରିଥିବା ଫ୍ରଡ ମାନଙ୍କୁ ସରକାର
ନୋଟିସ ଦେଇଛନ୍ତି। ଆଗକ ଆଉ
ଯେମିତି କିଛି ଜାଲିଆତି ନହୁଏ,
ସେଥିପାଇଁ ସରକାର ସତର୍କ ଥିବା
କହିଛନ୍ତି ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
