ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟ, ମୁରିବାହାଲ୍ ଆନୁକୂଲ୍ୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା (TLM Workshop) କାର୍ଯ୍ୟକ୍ରମରେ ମୁରିବାହାଲ୍ ବ୍ଲକ୍ ଅଧିନସ୍ଥ ସମସ୍ତ ୧୨ ଗୋଟି କ୍ଲଷ୍ଟରରୁ ଚୟନୀତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା FLN Grade ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଭାଗିତାରେ ଗୁଡ଼ିଘାଟ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ତିନି ଦିବଶୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା (TLM Workshop)

ତାରିଖ ୨୮.୦୧.୨୦୨୬ ରୁ ଆରମ୍ଭ କରି ତାରିଖ ୩୦.୦୧.୨୦୨୬ (ଶୁକ୍ରବାର) ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସମସ୍ତେ ସକ୍ରିୟ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାରର ଶିକ୍ଷଣ ଉପଯୋଗୀ TLM ଗୁଡ଼ିକ ଦଳଗତ ଭାବରେ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ପ୍ରଥମ ଦିବସରେ ମୁରିବାହାଲ୍ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମାନ୍ ଶାନ୍ତନୁ କୁମାର ପଢିହାରୀ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଭୋଇ, ଶ୍ରୀଯୁକ୍ତ କାନ୍ତାରାମ୍ ଧରୁଆ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗତ୍ ନାଗ୍ ପ୍ରମୁଖ ମହାପ୍ରଭୁଙ୍କ ପାଦ ପଦ୍ମରେ ପୁଷ୍ପ ମାଲ୍ୟ ତଥା ଧୂପଦୀପ ପ୍ରଜ୍ବଳନ ପୂର୍ବକ ସାମୁହିକ ପ୍ରାର୍ଥନା ଗାନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ l

ଏହି ତିନି ଦିବଶୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା (TLM Workshop) କୁ ପରିଚାଳନା ତଥା ତାଲିମ୍ ପ୍ରଦାନ ନିମନ୍ତେ ଶ୍ରୀଯୁକ୍ତ ଗଣଧିପ ଦାସ, ଶ୍ରୀଯୁକ୍ତ ଅନିଲ କୁମାର ବେହେରା, ଶ୍ରୀ ସୋମନାଥ ଧଳ ଓ ଶ୍ରୀ ବିରଞ୍ଚି ଦୀପ୍ ଚାରିଜଣ (RP) ଭାବରେ ନିୟୋଜିତ ହୋଇଥିଲେ ତଦ୍ ସହିତ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଏବଂ ସମସ୍ତ ୧୨ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରତ୍ୟକ୍ଷ ତତ୍ୱାବଧାନ ସହିତ ଆବଶ୍ୟକୀୟ ସହଯୋଗ ଜ୍ଞାପନ କରିଥିଲେ l ଗୁଡିଘାଟ୍ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ମହାନନ୍ଦ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗତ୍ ନାଗ୍ ଏବଂ

ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହାର ପ୍ରମୁଖ ନେତୃତ୍ୱ ସହିତ ଦାୟିତ୍ତ୍ୱ ଭାର ଗ୍ରହଣ କରିଥିଲେ l ଶେଷ ଦିବସରେ ଏହି କାର୍ଯ୍ୟକ୍ରମ କୁ ପର୍ଯ୍ୟବେକ୍ଷଣ ନିମନ୍ତେ ଜିଲ୍ଲା ଶିକ୍ଷକ ଶିକ୍ଷା ସଂସ୍ଥାନର ବରିଷ୍ଠ ପ୍ରଶିକ୍ଷକ ଡକ୍ଟର୍ ପ୍ରଶାନ୍ତ କୁମାର ନିଖଣ୍ଡିଆ ମହାଶୟ ପରିଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା ଏବଂ ବହୁ ପ୍ରଶଂସନୀୟ ମଧ୍ୟ ଥିବାରୁ l ସମସ୍ତଙ୍କର ଏହି ଉତ୍ସାହମୁଖି କାର୍ଯ୍ୟକ୍ରମକୁ ଦେଖି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ଶାନ୍ତନୁ କୁମାର ପଢିହାରୀ ମହାଶୟ ସମସ୍ତଙ୍କୁ ବେଶ୍ ପ୍ରଶଂସା କରିଥିଲେ l

