*ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ସହୀଦ ଦିବସ ଭବାନୀପାଟଣା *

କଳାହାଣ୍ଡିରୁ କିଶନ ଶର୍ମା ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଭବାନୀପାଟଣା ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ମହାତ୍ମା ଗାନ୍ଧୀ ଙ୍କ ବଳିଦାନ ଦିବସ ତଥା ସହୀଦ ଦିବସ ପାଳିତ ହୋଇଯାଇଛି | ଗାନ୍ଧୀଜୀ ଙ୍କ ଅହିଂସା, ସତ୍ୟ ଏବଂ ସ୍ବଦେଶୀ ଆଦର୍ଶକୁ ସମସ୍ତ ଛାତ୍ରଛାତ୍ରୀ ପାଳନ କରିବା ସହ ରାଷ୍ଟ୍ରଗଠନ ରେ ନିୟୋଜିତ ରହିବାକୁ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉଦବୋଧନ ଦେଇଥିଲେ | ଗାନ୍ଧିଜୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପାଞ୍ଜଳି ପରେ ସଭା ଆରମ୍ଭ ହୋଇଥିଲା |ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବା ସହଯୋଗ କରିଥିଲେ| ଶିକ୍ଷୟିତ୍ରୀ ସରିତା ବାଗେଲ ସଭା ପରିଚାଳନା ଓ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, ଭବାନୀ ନାଏକ,ସମିଷ୍ଠାରାଣୀ ବେହେରା ସହଯୋଗ କରିଥିଲେ | ବନ୍ଦେ ମାତରମ୍ ସହ ସଭା ସାଙ୍ଗ କରାଯାଇଥିଲା |

Leave a Reply

Your email address will not be published. Required fields are marked *

error: Content is protected !!