ପରାଦୀପ ରୁ ପଞ୍ଚାନନ ବେହେରା ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ପାରାଦୀପ – ଢ଼ିଙ୍କିଆ ଚାରିଦେଶ ରେ ଜାତୀୟ କଂଗ୍ରେସ ର ରଣହୁଙ୍କାର l ୨0୨୨ ମସିହା ରେ ପୋଲିସ ଓ ଢ଼ିଙ୍କିଆ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ଓ ପୋଲିସ ଲାଠିଚାର୍ଜ ଘଟଣା ପରେ ପ୍ରଥମଥର ପାଇଁ ଢ଼ିଙ୍କିଆ ଚାରିଦେଶ ରେ ପୁଣି ଶୁଭିଲା ପ୍ରକଳ୍ପ ବିରୋଧୀଙ୍କ ସ୍ୱର l ଜଙ୍ଗଲ ଅଧିକାର ଆଇନର ଉଲ୍ଲଂଘନ ,ଗ୍ରାମ ସଭାର ସହମତି ବିନା ହଜାର ହଜାର ଏକର ଜଙ୍ଗଲ ଜମି ଜେଏସଡବ୍ଲୁ କମ୍ପାନୀକୁ ହସ୍ତାନ୍ତର କରାଯିବା ଏବଂ ସ୍ଥାନୀୟ ଲୋକଙ୍କ ଜୀବନ,ଜୀବିକାକୁ ସଙ୍କଟରେ ପକାଇବା ବିରୋଧରେ ଜଗତସିଂହପୁର ଜିଲ୍ଲା ର ଏରସମା ବ୍ଲକର ଢ଼ିଙ୍କିଆରେ ଆୟୋଜିତ ଜଙ୍ଗଲ ଆଇନ ଅଧିକାର ପଦଯାତ୍ରାରେ ଯୋଗଦେଲେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ ଓଡିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଙ୍କ ସହିତ ଦଳର ଜାତୀୟ ଓ ରାଜ୍ୟ ସ୍ତରୀୟ ନେତା ମାନଙ୍କ ସହିତ ଶତାଧିକ ସଂଖ୍ୟାରେ ସାଧାରଣ ଲୋକ ସାମିଲ ହୋଇଥିଲେ l ଚାଷୀ ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଜନସମୁଦାୟଙ୍କ ହକ୍ , ସମ୍ମାନ ଓ ଜୀବିକା ସୁରକ୍ଷା ପାଇଁ କଂଗ୍ରେସ ଦଳ ସଦା ଦୃଢ଼ ଭାବେ ସେମାନଙ୍କ ସହିତ ରହିଛି ଓ ରହିଥିବ ବୋଲି କହିବା ସହିତ ସମସ୍ତ ସାମ୍ବିଧାନିକ ମାର୍ଗରେ ଏହି ଅନ୍ୟାୟ ବିରୋଧରେ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ସମସ୍ତ ନେତୃବୃନ୍ଦ ଙ୍କର ଗୋଟିଏ ସ୍ୱର ରହିଥିବା ଦେଖିବାକୁ ମିଳିଥିଲା l ଢ଼ିଙ୍କିଆ ଚାରିଦେଶ ରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ପାଇଁ ଜଙ୍ଗଲ ଆଇନ ଅଧିକାର, ଗ୍ରାମସଭା ନ କରି ହଜାର ହଜାର ଏକର ଜଙ୍ଗଲ ଜମିକୁ ପ୍ରସ୍ତାବିତ ଜେଏସଡବ୍ଲୁ କୁ ଟେକିଦେବା ଓ ଲୋକଙ୍କ ଜୀବିକା ଛଡେଇନେଵା ବିରୁଦ୍ଧରେ ଜାତୀୟ କଂଗ୍ରସ ତରଫରୁ ଢ଼ିଙ୍କିଆ ଠାରେ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପିସିସି ସଭାପତି ଭକ୍ତ ଦାସଙ୍କ ସହିତ ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଙ୍କ ସହିତ ଜାତୀୟ ଓ ରାଜ୍ୟ ସ୍ତରୀୟ କଂଗ୍ରେସ ନେତା ସାମିଲ ହୋଇ ନୂଆଗାଁ ମଠସାହି ନିକଟରୁ ଶୋଭାଯାତ୍ରା ରେ ଶତାଧିକ ଜନସାଧାରଣ ସାମିଲ ହୋଇ
ଢ଼ିଙ୍କିଆ ଠାରେ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ l ଜିନ୍ଦଲ ପ୍ରକଳ୍ପ କୁ ନେଇ ବିଗତ ଦିନରେ ଘଟିଯାଇଥିବା ଘଟଣାକୁ ଦୃଢ ନିନ୍ଦା କରିଥିଲେ ଉପସ୍ଥିତ ଜାତୀୟ କଂଗ୍ରେସ ର ନେତୃବୃନ୍ଦ l ଢ଼ିଙ୍କିଆ ଚାରିଦେଶ ରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଗତ ବିଜେଡି ସରକାର ହୁଅନ୍ତୁ କିମ୍ବା ବର୍ତମାନ ର ବିଜେପି ସରକାର ଶିଳ୍ପର ଗୋଲାମ ସାଜିଥିବା କହିଥିଲେ ଓଡିଶା ଜାତୀୟ କଂଗ୍ରେସ ପ୍ରଭାରୀ l ଦୀର୍ଘବର୍ଷ ଧରି ନିଜ ଭିଟାମାଟି ପାଇଁ ଲଢେଇ କରି ଆସୁଥିବା ଢ଼ିଙ୍କିଆ ଚାରିଦେଶ ବାସିନ୍ଦା ଙ୍କ ମା ମାଟିର ଦାବିରେ ଆଜିଠାରୁ ସ୍ୱର ମିଳାଇଛି ଜାତୀୟ କଂଗ୍ରେସ l ଧାନ, ପାନ ମୀନ ପାଇଁ ପ୍ରସିଦ୍ଧ ଢ଼ିଙ୍କିଆ ଅଞ୍ଚଳ ରୁ ପ୍ରସ୍ତାବିତ ପ୍ରକଳ୍ପ କୁ ବିରୋଧ କରି ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରୁ ବାହାରିବ ଏବଂ ଏହାର ସ୍ୱର ରାଜଧାନୀ ଭୁବନେଶ୍ୱର ଓ ନୂଆଦିଲ୍ଲୀ ରେ ପହଞ୍ଚିବ ବୋଲି ପ୍ରତିବାଦ ସଭାରେ ଢ଼ିଙ୍କିଆ ଚାରିଦେଶ ବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ l
